ସାକ୍ଷୀଗୋପାଳ :-ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମାନସ ରଞ୍ଜନ ପଟ୍ଟନାୟକଙ୍କ ପୌରହିତରେ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ପାଳିତ ହୋଇ ଯାଇଛି। ଉତ୍କଳମଣି ଗପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପରେ ଆନୁଷ୍ଠାନିକ ଭାବେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ଚନ୍ଦନ ଦେଇ ପୂଜାର୍ଚ୍ଚନା ସହ ଧୂପ ଦୀପ ପ୍ରଦାନ ସ୍ବରୂପ ଜୟନ୍ତୀକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।ଛାତ୍ର ଛାତ୍ରୀ ମାନେଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କର ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ପରେ ସମସ୍ତ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଳା ରଘୁପତି ରାଘବ ରାଜାରାମ ଗୀତର ତାନେ ତାନେ। ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସ୍ବାଇଁ,ସୁଚିତ୍ର ଖଟେଇ,ବିଶ୍ବନାଥ ସ୍ବାଇଁ ଓ ଶିକ୍ଷୟିତ୍ରୀ ସୌଦାମିନୀ ନାୟକ,ତପ୍ବସ୍ବିନୀ ତ୍ରିପାଠୀ,ଉର୍ମିଳା ଦେବୀ,ବୈଜୟନ୍ତୀ ମିଶ୍ର ଓ ଦୀପାମୁଦ୍ରା ଗୁରୁ ସହଯୋଗ କରିଥିଲେ।


0 Comments