Recent

6/recent/ticker-posts

ଚିଲିକା: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଲେ ବିଶ୍ୱଜିତ୍ ଦାସ।

ଚିଲିକା: ଗୋଟିଏ ଥରକରେ ଓଡିଶା ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇଛନ୍ତି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ନଇରୀ ଗ୍ରାମର  ୨୫ ବର୍ଷୀୟ ଛାତ୍ର ବିଶ୍ୱଜିତ୍ ଦାସ। ପିଲା ବେଳୁ ବାପାଙ୍କୁ ହରାଇ ଶ୍ରୀ ଅରବିନ୍ଦ  ପୂର୍ନାଙ୍ଗ ଶିକ୍ଷା କେନ୍ଦ୍ର ମାତ୍ରୁ ବିହାର କାଳୁପଡା ଘାଟ ଆଶ୍ରମରେ ରହି ପଢି ଆସୁଥିଲେ ଛାତ୍ର  ବିଶ୍ୱଜିତ୍।ବାପା ବିଜୟ କୁମାର ଦାସ  ସରପଂଚ ଭାବେ ନଇରୀ ଗାଁ ଲୋକଙ୍କର ସେବା କରି ଆସୁଥିଲେ, ହେଲେ ବାପା ବିଜୟ କୁମାର ଦାସ ନିଜର ପୁଅ ବିଶ୍ୱଜିତ୍ ଦୁଇ ଝିଅ ରୋଜାଲିନ୍,ରୂପାଲିନ୍ ଓ ପତ୍ନୀ ସ୍ୱର୍ନଲତା ଦାସଙ୍କୁ ଅକାଳରେ ଛାଡି ଆର ପାରିକୁ ଚାଲିଗଲେ।
ସେହି ଦିନ ଠାରୁ ଅରବିନ୍ଦ ପୂର୍ନାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟ୍ୟକ୍ଷା ସଂଜୟ କୁମାର ମହାପାତ୍ର  କୋଳେଇ ନେଇଥିଲେ  ବାପ ଛେଉଣ୍ଡ ପୁଅ ବିଶ୍ୱଜିତ୍ ଦାସଙ୍କୁ ପ୍ରଥମରୁ ଦଶମ ଶ୍ରେଣୀ   ଯାଏଁ  ଆଶ୍ରମରେ ରହି  ପାଠ ପଢିଥିଲେ  ବିଶ୍ୱଜିତ, ସେହି ଦିନ ଠାରୁ  ଆଶ୍ରମର ଅଧ୍ୟ୍ୟକ୍ଷଙ୍କ ଠାରୁ ପ୍ରେରଣା  ପାଇ କିଛି କରି ଦେଖାଇବାର ନିଶା ମନରେ ଉଙ୍କି ମାରୁଥାଏ ବିଶ୍ୱଜିତଙ୍କର +୨ +୩ ଓ ପିଜି  ପାଠ ସମାପ୍ତ ହେବା ପରେ ଓଡିଶା  ପ୍ରଶାସନିକ  ସେବାରେ ସାମିଲ ହେବା ପାଇଁ ଦିନକୁ ଆଠ ଘଣ୍ଟା ପରିଶ୍ରମ କରି ଆସୁଥିଲେ ବିଶ୍ୱଜିତ୍।ଓଡିଶା ପ୍ରଶାସନିକ ସେବାରେ ୧୫୧ ରାଙ୍କ ପାଇଥିବାରୁ ଖୁସି ଜାହିର କରିଛନ୍ତି ବିଶ୍ୱଜିତ୍। ଗତକାଲି ରେଜଲ୍ଟ ବାହାରିବା ପରେ ସେ ସମସ୍ତ ଶ୍ରେୟ ଦେଇଛନ୍ତି  ଅରବିନ୍ଦ ପୂର୍ନାଙ୍ଗ ଶିକ୍ଷା କେନ୍ଦ୍ର ର ଅଧ୍ୟ୍ୟକ୍ଷ ସଂଜୟ ମହାପାତ୍ରଙ୍କୁ ରାଜ୍ୟ ବାସୀଙ୍କର ସେବା କରିଵେ ବୋଲି କହିଛନ୍ତି  ସଫଳତା ପାଇଥିବା ଛାତ୍ର  ଵିଶ୍ୱଜିତ୍ ଦାସ୍।

ରିପୋର୍ଟ: ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଚିଲିକା) 

Post a Comment

0 Comments