Recent

6/recent/ticker-posts

ନୂଆଗାଁ ବ୍ଲକରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସି ଆର୍ ସି ସି ରାକେଶ କୁମାର ଘଡ଼େଇଙ୍କ ତତ୍ତ୍ଵାବଧାନରେ ଦୁରୁଦୁରା କ୍ଲଷ୍ଟରରେ, ସି ଆର୍ ସି ସି ନିମେଇ ଚରଣ ସାହୁଙ୍କ ତତ୍ତ୍ଵାବଧାନରେ ସିମିଳି ସାହି କ୍ଲଷ୍ଟର ରେ , ସି ଆର୍ ସି ସି ବିଜୟ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ନୀଳାଦ୍ରି ପୁର କ୍ଲଷ୍ଟରରେ , ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ସଂପଡା କ୍ଲଷ୍ଟରରେ ଏବଂ ସି ଆର୍ ସି ସି କୈଳାସ ଚନ୍ଦ୍ର ନାୟକଙ୍କ ତତ୍ତ୍ଵାବଧାନରେ ନୂଆଗାଁ କ୍ଳଷ୍ଟରରେ ସୁରଭି କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ତର୍କ, କୁଇଜ୍, ଗୀତ, ନାଚ, ବକ୍ତୃତା , ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହିପରି ସମସ୍ତ କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ: ବର୍ଷା ନାଏକ(ନୂଆଗାଁ) 

Post a Comment

0 Comments