Recent

6/recent/ticker-posts

ସାକ୍ଷୀଗୋପାଳ କଲେଜ ଯୁବ ରେଡକ୍ରସର ଶିଶୁଦିବସ ରେ ନିଆରା କାର୍ଯ୍ୟକ୍ରମ



 ୧୪/୧୧/୨୨,ସାକ୍ଷୀଗୋପାଳ :- ପବିତ୍ର ଶିଶୁଦିବସ ଅବସରରେ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଯୁବ ରେଡ଼କ୍ରସର ସ୍ବେଚ୍ଛାସେବୀମାନେ କିଛି ନିଆରା କାର୍ଯ୍ୟକ୍ରମ ହାତକୁ ନେଇଥିଲେ l ମହାବିଦ୍ୟାଳୟର ପାଠାଗାରରେ ସ୍ବେଚ୍ଛାସେବୀମାନେ ନିଜସ୍ୱ ପାଣ୍ଠିରେ ଏକ ପତ୍ର ପତ୍ରିକା ପଠନ କେନ୍ଦ୍ରର ଆରମ୍ଭ କରିଛନ୍ତି l ଏ କେନ୍ଦ୍ରର ସଭ୍ୟମାନେ ପ୍ରତ୍ୟେକ ମାସକୁ ସ୍ୱଳ୍ପମୂଲ୍ୟ ବିଶିଷ୍ଟ ପନ୍ଦର ଗୋଟି ପତ୍ରିକା ପଠନକେନ୍ଦ୍ରକୁ ଦାନ କରିବେ ଯାହାକି ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କ ପଠନ ନିମିତ୍ତ ପାଠାଗାରରେ ରହିବ l ଏହି ପତ୍ରପତ୍ରିକ କେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ାଙ୍କ ଦ୍ୱାରା ଉଦଘାଟନ ହୋଇଥିଲା ଓ ଏହି ଅବସରରେ ଅନୁଷ୍ଠାନର ବଡ଼ବାବୁ ଶ୍ରୀଯୁକ୍ତ ରାଜକିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ l
     ସେହିପରି ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀମାନେ ସ୍ଥାନୀୟ ଆଚାର୍ଯ୍ୟ ହରିହର ଶିଶୁ ଭବନ ଭ୍ରମଣ କରି ସେଠାକାର ୧୭ ଜଣ ଅନ୍ତୋଃବାସୀ ଶିଶୁ ଯେଉଁମାନେ ପିତାମାତାଙ୍କ ଦୂରରେ ରହି ଯତ୍ନ ଓ ସୁରକ୍ଷା ଭିତରେ ପାଠପଢୁଛନ୍ତି, ସେମାନଙ୍କ ସହ ମିଶିଥିଲେ l ଏହି ଅବସରରେ ଶିଶୁଭବନର ନିରିହ ପ୍ରତିଭାମାନ ଛାତ୍ରଛାତ୍ରୀମାନେ ଭାଷଣ ଓ ସଂଗୀତ ପରିବେଷଣ କରି ଉପସ୍ଥିତ ଅତିଥିମାନଙ୍କୁ ଭାବବିହ୍ୱଳ କରିଥିଲେ l ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା, "ଶିଶୁମାନେ ସରଳତା ଓ ଦିବ୍ୟତା ର ପ୍ରତୀକ ଓ ପ୍ରତ୍ୟେକ ମଣିଷ ଶିଶୁ ଅନେକ ସମ୍ଭାବନାର ଅଧିକାରୀ" ବୋଲି ମତ ଦେବା ସହ ପଣ୍ଡିତ ନେହରୁଙ୍କ ଜୀବନୀ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ର. ମନୋଜ ପରିଡ଼ା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିଶୁଭବନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସାକ୍ଷାତକାର ପରସ୍ପରକୁ ନିକଟତର କରିବାସହ, ସେମାନଙ୍କର ସମ୍ବେଦନଶୀଳତାକୁ ଗଭୀର କରିବା ସହିତ ସେମାନେ ସମାଜର ବଂଚିତମାନଙ୍କ ପ୍ରତି ସମ୍ବେଦନଶୀଳ ହେବେ ବୋଲି ମତ ଦେଇଥିଲେ lକାର୍ଯ୍ୟକ୍ରମରେ ପ୍ର. ରତ୍ନାକର ସାହୁ ସେବାସଦନର ସୁପାରିଟେଣ୍ଡେଣ୍ଟ ସୁବ୍ରତ କୁମାର ସ୍ୱାଇଁ, ଅନ୍ୟତମ କର୍ମଚାରୀ ମିନାକ୍ଷୀ ବାରିକ, ଶୁଭ୍ରଜିତା ସୁଭଦର୍ଶିନୀ, ଜ୍ୟୋତିରାଣୀ ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ସମସ୍ତ ଅନ୍ତୋଃବାସୀଙ୍କୁ ଉପହାର ପ୍ରଦାନ ସହ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା l
   ସମଗ୍ର କାର୍ଯ୍ୟକ୍ରମକୁ ସେବାସଦନର କର୍ମଚାରୀ ଜ୍ୟୋତିରାଣୀ ମିଶ୍ର, ଶାନ୍ତିଲତା ଚୌଧୁରୀ, କବିତା ପାତ୍ର, ଲକ୍ଷ୍ମୀଧର ସାହୁ ଓ କଲେଜ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ର. ମନୋଜ ପରିଡ଼ା ପରିଚାଳନା କରିଥିଲେ l

Post a Comment

0 Comments