+++++++++++++++++
ସତ୍ୟବାଦୀ,ପୁରୀ
ସ୍ଥାନୀୟ ଐତିହାସିକ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଳନ କରିଛନ୍ତି। ଆଇନ୍ ପ୍ରାଧିକରଣ ସେବା, ପୁରୀର ସଚିବ ତଥା ନ୍ୟାୟମୁର୍ତ୍ତି ଦେବାଶିଷ ଦାଶ ମୂଖ୍ୟ ଅତୀଥି ଭାବେ ଯୋଗଦେଇ ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତି ନିକଟରେ ଭକ୍ତିଅର୍ଘ୍ୟ ପ୍ରଦାନ ସ୍ବରୂପ ଧୂପ ଦୀପ ଓ ଫୁଲମାଳ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏବଂ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ମାନେ ସଭାମଂଚ ନିକଟକୁ ତାଙ୍କୁ ପାଛୋଟି ନେଇଥିଲେ।ସଭାକାର୍ଯ୍ୟ ପ୍ରାରମ୍ଭରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସନାତନ ସାହୁ ଓ ଆଲୁମିନି କମିଟି ସଭାପତି କିଶୋର ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଶ୍ରୀଯୁକ୍ତ ଦାଶଙ୍କ ସହ ପଣ୍ଡିତ ଜବାହାରଲାଲ ନେହୁରଙ୍କ ଛାୟାଛବିରେ ଫୁଲ ଚନ୍ଦନ ଦେବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦ୍ଘାଟନ କରାଇଥିଲେ। ସଭାପତିତ୍ୱ କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ପରିଚୟ ପ୍ରଦାନ ସହ ସଂଚାଳନା କରିଥିଲେ ଉପେନ୍ଦ୍ର କୁମାର ବିଶ୍ବାଳ। ପ୍ରଥମେ ଜବାହରଲାଲ ନେହେରୁଙ୍କ ଜୀବନ ଦର୍ଶନ ଉପରେ ସାତଜଣ ଛାତ୍ର ବକ୍ତବ୍ୟ ରଖିବା ପରେ ସ୍ବତନ୍ତ୍ର ଅତିଥି ଯଥା ଦୁଇଜଣ ବିଦ୍ୟାଳୟ କମିଟିର ସଭାପତି ତାଙ୍କ ଅଭିଭାଷଣ ଦ୍ବାରା ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଆଇନ୍ ପ୍ରାଧିକରଣ ସେବା ସଚିବ ଶ୍ରୀଯୁକ୍ତ ଦେବାଶିଷ ଦାଶ ସମ୍ବିଧାନ ସଙ୍କ୍ରାନ୍ତୀୟ କେତେକ ବିଧିବ୍ୟବସ୍ଥା ସଂମ୍ପର୍କରେ ଟିପ୍ପଣୀ ରଖିବା ସହ ପଂଚସାଖାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା ଧର୍ମରେ ବ୍ରତ୍ତି ହୋଇ ଶିକ୍ଷା ଗ୍ରହଣରୁ ବଂଚିତ ନହେବା ପାଇଁ କହିଥିଲେ।ଶିକ୍ଷକ ବସନ୍ତ କୁମାର ସ୍ବାଇଁ,ସୁଚିତ୍ର ଖଟେଇ,ଚିନ୍ମୟ କୁମାର ଜେନା ଓ ଶିକ୍ଷୟିତ୍ରୀ ସୌଦାମିନୀ ନାୟକ,ପୁନମ୍ କୁଜୁର,କୃଷ୍ଣପ୍ରିୟା ଦାଶ,ଉର୍ମିଳା ଦାଶ ଏବଂ ତପସ୍ବିନୀ ତ୍ରିପାଠୀ,ନୀହାରିକା ସେନାପତି ସହଯୋଗ କରିଥିଲେ। ଆଇନ୍ ସେବା ପ୍ରାଧିକରଣ ବିଭାଗ ତରଫରୁ ଏକ କୁଇଜ୍ ପ୍ରତିଯୋଗିତା କରାଯାଇ ଦଶଜଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କୁଇଜ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଦିପାମୁଦ୍ରା ଗୁରୁ।ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ଗୀତାରାଣୀ ବେହେରା ଏବଂ ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ଯାହା ପରିବେଶକୁ ଆନନ୍ଦମୟ କରିଥିଲା


0 Comments