ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସ୍ଥିତ ଶ୍ରୀପୁରୁଷୋତ୍ତମପୁର ପଂଚାୟତ ରେ ଥିବା ସରକାରୀ ନୋଡାଲ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି ଶିଶୁ ଦିବସ । ଏହି ଅବସରରେ ସିଆରସିସି ପବିତ୍ର ପଣ୍ଡା, ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା , ଶିକ୍ଷକ ରତ୍ନାକର ଚମ୍ପତି , ସ୍ନେହଲତା ସାହୁ , ଉପସ୍ଥିତ ରହିଥିଲେ । ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡ୍ରଇଂ ,ନାଚ , ବାସ୍କେଟ ବଲ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଳନ୍ଧର ବେହେରା ପିଲାମାନଙ୍କୁ ଶିଶୁ ଦିବସ ର ମହତ୍ତ୍ୱ ବିଷୟରେ କହିବା ସହିତ ନିଜ ଭବିଷ୍ୟତ କୁ ଉଜ୍ଜ୍ଵଳ କରିବା ପାଇଁ ଅନୁପ୍ରେରିତ କରିଥିଲେ ।


0 Comments