Recent

6/recent/ticker-posts

ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ପୁସ୍ତକ ଲୋକାର୍ପଣ ଉତ୍ସବ


୧୭/୧୧/୨୨, ସାକ୍ଷୀଗୋପାଳ :- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ସାକ୍ଷୀଗୋପାଳର ସଭାଗୃହରେ ଆଜି ପ୍ରଫେସର ରବୀନ୍ଦ୍ରନାଥ ରଥ ଓ ପ୍ରଫେସର ନିରୁପମା ରଥଙ୍କ ଦ୍ୱାରା ରଚିତ ଚାରିଖଣ୍ଡ ବିଶିଷ୍ଟ ପୁସ୍ତକ " ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଇତିହାସର ପୁର୍ନରଚନା " ଲୋକାର୍ପିତ ହୋଇଯାଇଛି l ପୁସ୍ତକ ଗୁଡିକର ରଚୟିତା ଦୀର୍ଘ ୪୬ ବର୍ଷ ତଳେ ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ସେମାନଙ୍କର ଅଧ୍ୟାପକୀୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ୧୯୭୯ ରେ ପୋର୍ଟକ୍ଳେୟାରର ଜବାହରଲାଲ ନେହେରୁ ରାଜକୀୟ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକଭାବେ ଯୋଗଦେଇ କାର୍ଯ୍ୟ କରିଥିଲେ l ପ୍ରଫେସର ରବୀନ୍ଦ୍ରନାଥ ରଥ ଓ ପ୍ରଫେସର ନିରୁପମା ରଥ ସାକ୍ଷୀଗୋପାଳରୁ ଅଧ୍ୟାପନା ଆରମ୍ଭ କରି ସୁଦୂର ଆଣ୍ଡାମାନରେ ଦୀର୍ଘ ୪୦ ବର୍ଷର ଅଧ୍ୟାପନା ସମୟରେ ସେଠାକାର ଜନଜାତୀୟ ସଂସ୍କୃତି, ପରମ୍ପରା, ଇତିହାସ ର ଗଭୀର ଅଧ୍ୟୟନର ଫଳ ହେଉଛି ଚାରିଖଣ୍ଡ ବିଶିଷ୍ଟ "ଆଣ୍ଡାମାନ ନିକୋବର ଇତିହାସର ପୁର୍ନରଚନା" ପୁସ୍ତକ l ପ୍ରଫେସର ରଥ ଦମ୍ପତି ଏହି ପୁସ୍ତକକୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ କାର୍ଯ୍ୟକାଳ ସମୟରେ ହାସଲ କରିଥିବା ପ୍ରତିଷ୍ଠା, ପରିଚୟ ଓ ଖ୍ୟାତିର ଋଣ ପରିଶୋଧ ବୋଲି କହିଥିଲେ l ସେହିଭଳି ଯେଉଁ ଛୋଟିଆ ଚାରିବାଖୁରିଆ ଛଣ ଛପର ଘରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଜୀବନଯାତ୍ରା ଆରମ୍ଭ କରି ୪୬ ବର୍ଷ ଅତିକ୍ରମ କରି ଏକ ପୂର୍ଣ୍ଣାଙ୍ଗ ଉଚ୍ଚଶିକ୍ଷା ଅନୁଷ୍ଠାନ ଭାବେ ମୁଣ୍ଡ ଟେକିଛି ତାକୁ ଦେଖି ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲେ l ଉଭୟ ଚାରିଦଶନ୍ଧି ତଳ ମହାବିଦ୍ୟାଳୟର ସେ କାଳର ସ୍ମୃତିଚାରଣ କରି ଛାତ୍ରଛାତ୍ରୀମାନଙ୍କୁ "ଘରୁ ଗୋଡ଼ କାଢ଼ିଲେ ଦୁନିଆଁ ଦେଖିବ ଓ ସେଥିପାଇଁ ସର୍ବଦା ଶ୍ରଦ୍ଧାର ସହ ସଂଘର୍ଷ କରିବାକୁ" ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରିଥିଲାବେଳେ ବଡ଼ବାବୁ ଶ୍ରୀ ରାଜକିଶୋର ପତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ପ୍ରାଧ୍ୟାପକ ପ୍ର. ମନୋଜ ପରିଡ଼ା ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

0 Comments