Recent

6/recent/ticker-posts

ଡେଲାଙ୍ଗ :- OSDMA ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।



ପୁରୀ ଜିଲ୍ଲା ଡେଲାଙ୍ଗବ୍ଲକ ଧାନକେରା ଠାରେ ଥିବା  ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର । ଏହି ଶିବିର ରେ  ବିପର୍ଯୟ ପରିଚାଳନା କମିଟି ମେମ୍ବର ୨୫ ଜଣ , ସନ୍ଧାନ ଓ ଉଦ୍ଧାର ଦଳ ୨୫ଜଣ , ଏବଂ ପ୍ରାଥମିକ ଚିକିତ୍ସା ଦଳ ୨୫ ଜଣ ଙ୍କୁ ପ୍ରଶିକ୍ଷଣ ଦିଆଯିବ ।  ଏହି ପ୍ରଶିକ୍ଷଣ  ୨୨/୧୧/୨୦୨୨ ରିଖ ଠାରୁ ଆରମ୍ଭ ହୋଇଛି , ଏହି ପ୍ରଶିକ୍ଷଣ କୁ ଡେଲାଙ୍ଗ BDO ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଷଡଙ୍ଗୀ ଜଗନ୍ନାଥ ଙ୍କୁ ପ୍ରଦୀପ ଅର୍ପଣ କରି ଉଦ୍ଘାଟନ କରିଥିଲେ ଏବଂ ମେମ୍ବର ମାନଙ୍କୁ ବିପର୍ଯୟ ସମୟରେ ଭୟଭୀତ ନହୋଇ ସାହସ ର ସହିତ ମୁକାବିଲା କରିବା ପାଇଁ ଓ ନିଜକୁ ଏହି ପରିଚାଳନା ଦିୟିତ୍ୱରେ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତି ସାହୁ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ବାସା ନିସଙ୍କ ଉପସ୍ଥିତ ରହି ଏହି ଉଦ୍ଘାଟନୀ କାର୍ଯ୍ୟକୁ ସଫଳ କରିବା ସହିତ ସମସ୍ତ ସଦସ୍ୟ ଙ୍କୁ ପ୍ରଶିକ୍ଷଣ ନେବା ପାଇଁ କହି ଧନ୍ୟବାଦ ଦେଇଥିଲେ । 
ଡେଲାଙ୍ଗ ବ୍ଲକ ରେ ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା "ଗୋପୀନାଥ ଯୁବକ ସଙ୍ଘ" ର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ସମସ୍ତ ବ୍ୟବସ୍ଥା କୁ ସୁପରିଚାଳନା କରିଥିଲେ । ସ୍ଥାନୀୟ ସରପଞ୍ଚ ଓ ପରିଚାଳନା କମିଟି ର ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ   ସହାୟତା ରେ ସମସ୍ତ ପ୍ରଶିକ୍ଷଣ ପରିଚାଳନା ତଦାରଖ କରାଯାଇଥିଲା । ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ଦାତା ଭାବେ ଶ୍ରୀଯୁକ୍ତ ହିମାଂଶୁ ମହାପାତ୍ର , ଶ୍ରୀମତୀ ଶୁଭଲଷ୍ମୀ ସେନାପତି , ଶ୍ରୀଯୁକ୍ତ ଜ୍ୟୋତି ମାଲିଆ , ଶ୍ରୀଯୁକ୍ତ ଉପେନ୍ଦ୍ର ସାର  ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ ।

Post a Comment

0 Comments