ଆଇସିସି ନିୟମ ଅନୁଯାୟୀ, ସେମିଫାଇନାଲ୍ ପାଇଁ ଏକ ‘ରିଜର୍ଭ ଡେ’ ରଖାଯାଇଛି। ନିର୍ଦ୍ଧାରିତ ଦିନରେ ବର୍ଷା ହେଲେ ୯୦ ମିନିଟ୍ ଅତିରିକ୍ତ ସମୟ ବ୍ୟବହାର କରାଯିବ। ଯଦି ତାହା ସତ୍ତ୍ୱେ ଖେଳ ସମ୍ଭବ ନୁହେଁ, ତେବେ ପରବର୍ତ୍ତୀ ଦିନ ରିଜର୍ଭ ଡେ’ରେ ମ୍ୟାଚ୍ ଆରମ୍ଭ କିମ୍ବା ଅବଶିଷ୍ଟ ଖେଳ ସମ୍ପୂର୍ଣ୍ଣ କରାଯିବ। ସେହିଦିନ ୧୨୦ ମିନିଟ୍ ଅତିରିକ୍ତ ସମୟ ରହିଛି ଏବଂ ଫଳାଫଳ ପାଇଁ ଦୁଇ ଦଳକୁ କମରେ କମ ୧୦ ଓଭର କରିବା ଆବଶ୍ୟକ।
ଯଦି ଦୁଇ ଦିନ ଧରି ମ୍ୟାଚ୍ ସମ୍ଭବ ନୁହେଁ, ତେବେ ସୁପର-୮ ପଏଣ୍ଟ ଟେବୁଲ୍ ଆଧାରରେ ନିଷ୍ପତ୍ତି ହେବ। ଯେଉଁ ଦଳ ନିଜ ଗ୍ରୁପରେ ଶୀର୍ଷରେ ରହିଥିବ, ସେହି ଦଳ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ। ଏହି ପରିସ୍ଥିତିରେ ଇଂଲଣ୍ଡ ଗ୍ରୁପ୍ ଟପ୍ କରିଥିବାରୁ ସେମାନେ ଲାଭରେ ରହିବେ।
ଏହିପରି ସ୍ଥିତିରେ ଭାରତ ପାଇଁ ଜିତ ହିଁ ଏକମାତ୍ର ଲକ୍ଷ୍ୟ। ପ୍ରଶଂସକମାନେ ଚାହୁଁଛନ୍ତି ଯେ ମ୍ୟାଚ୍ ବର୍ଷାରେ ନୁହେଁ, ପଡ଼ିଆରେ ନିଷ୍ପତ୍ତି ହେଉ।


0 Comments