ରାଜ୍ୟରେ ପୁଣିଥରେ ପାଣିପାଗର ପରିବର୍ତ୍ତନ ଦେଖାଦେବାକୁ ଯାଉଛି। ଆସନ୍ତାକାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହାସହିତ ୮ ତାରିଖ ପର୍ଯ୍ୟନ୍ତ ମୋଟ ୨୪ଟି ଜିଲ୍ଲା ପାଇଁ ବର୍ଷା ସତର୍କବାଣୀ ଜାରି କରାଯାଇଛି। ଏଥିମଧ୍ୟରୁ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେଠାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ସହ ୪୦ରୁ ୫୦ କିଲୋମିଟର ବେଗରେ ବାତାସ ବହିପାରେ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଏହାସହ ପ୍ରବଳ ଗୁଳୁଗୁଳି ଓ ଆର୍ଦ୍ରତା ବୃଦ୍ଧି ପାଇବାର ଆଶଙ୍କା ନେଇ ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇଛି।


0 Comments