Recent

6/recent/ticker-posts

ବଦଳୁଛି ଭିକ ମାଗିବାର ଟ୍ରେଣ୍ଡ: ପିଲାଙ୍କୁ ଭଡ଼ାରେ ଲଗାଇ ଟଙ୍କା ଆଦାୟ, ବ୍ରହ୍ମପୁରରେ ୯ ଶିଶୁ ଉଦ୍ଧାର ଓ ୫ ଅଭିଯୁକ୍ତ ଗିରଫ

ବଦଳୁଛି ଭିକ ମାଗିବାର ଟ୍ରେଣ୍ଡ। ଏବେ ଛୋଟ ପିଲାମାନଙ୍କୁ ବ୍ୟବହାର କରି ଭିକ ମାଗାଇ ଟଙ୍କା ଆଦାୟ କରୁଥିବା ଏକ ସଂଗଠିତ ଚକ୍ରକୁ ବ୍ରହ୍ମପୁର ପୋଲିସ ଧରିପାରିଛି। ପୋଲିସ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୯ ଜଣ ଅପ୍ରାପ୍ତବୟସ୍କ ଶିଶୁଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କ ମଧ୍ୟରେ ୩ ଝିଅ ଓ ୬ ପୁଅ ରହିଛନ୍ତି ଏବଂ ସେମାନଙ୍କ ବୟସ୍ ୪ ମାସରୁ ୧୨ ବର୍ଷ ମଧ୍ୟରେ ରହିଛି। 
 

ସୂଚନା ଅନୁସାରେ, ଏହି ଚକ୍ର ବ୍ରହ୍ମପୁର ସହରର ବିଭିନ୍ନ ଟ୍ରାଫିକ୍ ସିଗ୍ନାଲ ଓ ଭିଡ଼ ଅଞ୍ଚଳରେ ଶିଶୁମାନଙ୍କୁ ଭିକ ମାଗାଇ ଟଙ୍କା ଆଦାୟ କରୁଥିଲା। ସକାଳ ସମୟରେ ଅଭିଯୁକ୍ତମାନେ ଅଟୋରିକ୍ସାରେ ପିଲାମାନଙ୍କୁ ନେଇ ସହରର ବିଭିନ୍ନ ସ୍ଥାନରେ ଛାଡ଼ି ଦେଉଥିଲେ। ପରେ ସେହି ପିଲାମାନେ ଗାଡ଼ି ଚାଳକ ଓ ଯାତ୍ରୀମାନଙ୍କୁ ଭିକ ମାଗୁଥିଲେ ଏବଂ ସନ୍ଧ୍ୟାରେ ସଂଗ୍ରହ କରାଯାଇଥିବା ଟଙ୍କା ଅଭିଯୁକ୍ତମାନଙ୍କୁ ଦେଇଥିଲେ। ଅଭିଯୁକ୍ତମାନେ ଦୂରରୁ ଦାଁଡି ରହି ପିଲାମାନଙ୍କୁ ନଜର ରଖୁଥିବା ପୋଲିସ ତଦନ୍ତରେ ଜଣାପଡ଼ିଛି। 
ଗୁପ୍ତ ସୂଚନା ପାଇ ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଚାଇଲ୍ଡ ୱେଲଫେୟାର କମିଟିର ଏକ ଯୁକ୍ତ ଟିମ୍ ତଦନ୍ତ ଆରମ୍ଭ କରିଥିଲା। ପରେ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା। ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଚାଇଲ୍ଡ ୱେଲଫେୟାର କମିଟି ସମ୍ମୁଖରେ ପ୍ରସ୍ତୁତ କରାଯାଇ ସୁରକ୍ଷା ଓ ପୁନର୍ବାସ ପାଇଁ ଶେଲ୍ଟର ହୋମକୁ ପଠାଯାଇଛି। ପୋଲିସ ଏହି ଘଟଣାରେ ଆହୁରି ତଦନ୍ତ ଜାରି ରଖିଛି। 

Post a Comment

0 Comments