Recent

6/recent/ticker-posts

ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା, ଜଳେଶ୍ୱରରେ ଚଞ୍ଚଳତା

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଟ୍ରେନ ଆଗକୁ ଡେଇଁ ପଡି ଶାଳୀ-ଭିଣୋଇ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ଏହି ଅଘଟଣ ଜଳେଶ୍ୱର ରେଳ ଷ୍ଟେସନର ଦକ୍ଷିଣପୂର୍ବ କେବିନ ନିକଟରେ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ୱର ଦିଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ସମ୍ମୁଖରେ ଉଭୟେ ଡେଇଁ ପଡିଥିଲେ। ଟ୍ରେନର ଭୟଙ୍କର ଧକ୍କାରେ ଘଟଣାସ୍ଥଳରେ ହିଁ ଶାଳୀ ଓ ଭିଣୋଇଙ୍କ ମୃତ୍ୟୁ ଘଟିଥିଲା।
Odia Notice
ମୃତକମାନେ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ବିଜୟ ସାହୁ ଓ ବାଲିଆପାଳ ଥାନା ଅଞ୍ଚଳର ସଂଯୁକ୍ତା ସାହୁ। ସୂଚନା ଅନୁସାରେ, ବିଜୟ ସାହୁ ଗତକାଲି ନିଜ ଶାଳୀ ସଂଯୁକ୍ତାଙ୍କୁ ନେଇ ଘରକୁ ଆସିଥିଲେ। ପରେ କୌଣସି ପରିବାରିକ କାରଣ କିମ୍ବା ଅନ୍ୟ କୌଣସି ବିବାଦକୁ ନେଇ ଉଭୟେ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହକୁ ଜବତ କରିଥିଲେ। ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଥିବା ସହ ଘଟଣାର ସଠିକ୍ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି।

Post a Comment

0 Comments