ଭୁବନେଶ୍ୱରର ରସୁଲଗଡ଼ ଠାରୁ ପଳାଶୁଣୀ ପର୍ଯ୍ୟନ୍ତ ଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଦଚାରୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏକ ସ୍କାଇୱାକ୍ (Sky Walk) ବ୍ୟବସ୍ଥା ଗଢ଼ିଉଠିବାକୁ ଯାଉଛି। ଏହି ଅଞ୍ଚଳରେ ଦିନକୁ ଦିନ ଯାତାୟାତ ବଢ଼ୁଥିବାରୁ ରାସ୍ତା ଅତିକ୍ରମ କରିବା ବେଳେ ପାଦଚାରୀମାନେ ବହୁତ ସମୟରେ ଜୀବନଘାତୀ ବିପଦ ସମ୍ମୁଖୀନ ହେଉଛନ୍ତି।
ଏହାକୁ ଧ୍ୟାନରେ ରଖି ପୂର୍ବରୁ ପଳାଶୁଣୀ ଠାରେ ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଅତିରିକ୍ତ ଆଉ ଦୁଇଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ। ପରେ ସମସ୍ତ ଫୁଟ୍ ଓଭର ବ୍ରିଜ୍କୁ ଆପସରେ ସଂଯୋଗ କରି ଏକ ସଂପୂର୍ଣ୍ଣ ସ୍କାଇୱାକ୍ ବ୍ୟବସ୍ଥା ତିଆରି କରାଯିବ। ଏହା ରୂପାୟଣ ହେଲେ ପାଦଚାରୀମାନେ ସୁରକ୍ଷିତ ଭାବରେ ଯାତାୟାତ କରିପାରିବେ ଓ ଦୁର୍ଘଟନା ହ୍ରାସ ପାଇବା ସହ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇବ ବୋଲି ଆଶା କରାଯାଉଛି।
ଏହି ପ୍ରକଳ୍ପ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ଓ ରାଷ୍ଟ୍ରୀୟ ମହାମାର୍ଗ ମନ୍ତ୍ରୀ ନିତିନ ଗଡକାରୀଙ୍କୁ ସାକ୍ଷାତ କରି ଏହି ବିଷୟରେ ଅବଗତ କରାଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।


0 Comments