ରେକର୍ଡ ଦୃଷ୍ଟିରୁ ଟି-୨୦ ଫର୍ମାଟରେ ଦକ୍ଷିଣ ଆଫ୍ରିକାର ପଲା ଭାରି ରହିଛି। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୯ଟି ମ୍ୟାଚ୍ ଖେଳାଯାଇଥିବାବେଳେ, ୧୨ଟିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି ଓ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ୍ ଜିତିଛି। ବିଶେଷ କରି ଟି-୨୦ ବିଶ୍ୱକପରେ ଦୁଇ ଦଳ ୫ଥର ମୁହାଁମୁହିଁ ହୋଇଥିବାବେଳେ ପ୍ରତ୍ୟେକ ଥର ଦକ୍ଷିଣ ଆଫ୍ରିକା ବାଜି ମାରିଛି। ବିଶ୍ୱକପ ମଞ୍ଚରେ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାକୁ ହରାଇ ପାରିନାହିଁ।
ମାର୍ଚ୍ଚ ୪ ତାରିଖରେ ବର୍ଷା ବାଧା ସୃଷ୍ଟି କଲେ ମାର୍ଚ୍ଚ ୫ ପାଇଁ ରିଜର୍ଭ ଡେ ରଖାଯାଇଛି। ସେହି ଦିନ ମ୍ୟାଚ୍ ଯେଉଁଠାରେ ବନ୍ଦ ହେବ ସେଠାରୁ ପୁଣି ଆରମ୍ଭ ହେବ। ଯଦି ରିଜର୍ଭ ଡେ’ରେ ମଧ୍ୟ ଗୋଟିଏ ବଲ୍ ବି ପକାଯାଇପାରିବ ନାହିଁ, ତେବେ ସୁପର-୮ ପର୍ଯ୍ୟାୟରେ ଭଲ ସ୍ଥାନରେ ଥିବା ଦଳ ନିୟମ ଅନୁଯାୟୀ ସିଧାସଳଖ ଫାଇନାଲକୁ ପ୍ରବେଶ କରିବ।
ଏହି ପ୍ରଥମ ସେମିଫାଇନାଲ କେବଳ ରେକର୍ଡର ଲଢେଇ ନୁହେଁ, ଦୁଇ ଶକ୍ତିଶାଳୀ ଦଳଙ୍କ ମଧ୍ୟରେ ଗୌରବର ଯୁଦ୍ଧ ହେବାକୁ ଯାଉଛି।


0 Comments