ପିପିଲି:ପ୍ରଦୀପ ମହାରଥୀ ଙ୍କ 67ତମ ଜନ୍ମଜୟନ୍ତୀ ପାଳିତ।ଯୋଗଦେଲେ ରାଜ୍ୟର ତୁଙ୍ଗ ନେତୃତ୍ୱ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡ ଉପଢକ୍ଷା ସଞ୍ଜୟ ଦାସବର୍ମା, OTDC ଅଧକ୍ଷ ଶ୍ରୀମୟୀ ମିଶ୍ର, ବାଙ୍କୀ ଦେବୀ ତ୍ରିପାଠୀ ଙ୍କ ସହ ପିପିଲି ଡେଲାଙ୍ଗ ବ୍ଲକ୍ ର ଦୁଇ ଅଧକ୍ଷ ଙ୍କ ସହ ଧରଣୀଧର ସାହୁ, ସତ୍ୟଜିତ ରାୟ ଚୌଧୁରୀ, କିଶୋର ଛୋଟରାୟ, ନାରାୟଣ ସ୍ୱାଇଁ, ପିପିଲି ବ୍ଲକ ଉପାଧ୍ୟାକ୍ଷ ପ୍ରଫୁଲ ସ୍ୱାଇଁ. ପ୍ରମୁଖଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ମାନେଉପସ୍ଥିତ ଥିଲେ ।
ପିପିଲି ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ 67ତମ ଜନ୍ମ ବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଵେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ରେ ଓଡିଶା ସରକାରଙ୍କ ବରିଷ୍ଠ ମଂତ୍ରୀ ଅଶୋକ ପଣ୍ଡା, ମଂତ୍ରୀ ସମୀର ରଜଂନ ଦାଶ, ପୂର୍ଵତନ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାଶ ବର୍ମା, ଭୂବନେଶ୍ଵର ମେୟର ସୁଲୋଚନା ଦାସଙ୍କ ସମେତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତୀଭା ମହାରଥୀ ଓ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଶ୍ରୀମତୀ ମହାରଥୀ ନିର୍ବାଚନ ମଣ୍ଡଳୀ ର ସମସ୍ତ ନେତା ଓ ଉପସ୍ଥିତ ଜନତା ଙ୍କୁ ପରାମର୍ଶ ଦେଇଥିଲେ କି ଆପଣ ମାନେ ନେତା ତିଆରି କରିଛନ୍ତି ଯଦି କିଛି ସମସ୍ୟା ଆସେ ତେବେ ମୁଁ ପ୍ରସ୍ତୁତ ଅଛି ସ୍ୱର୍ଗତ ମହାରଥୀ ଙ୍କ ଆଦର୍ଶ ଅନୁସାରେ ମୁଁ ସମାଧାନ କରି ପାରିବି ଏବଂ ଜଣେ ମା ହିସାବରେ ରୁଦ୍ରକୁ ଆଦେଶ ଦେଉଛି ଫଳ କୁ ଆଶା ନକରି କର୍ମ କରିଚାଲ ।
ରିପୋର୍ଟ୍- ହିମାଂଶୁ ମହାପାତ୍ର (ପୁରୀ)


0 Comments