Recent

6/recent/ticker-posts

ଟାଙ୍ଗୀ ଥାନାର ନୂତନ ଆଇଆଇସି ଭାବେ ଯୋଗଦେଲେ ଶ୍ରୀ ଦିଗ୍ ବିଜୟ ବିଶ୍ଵାଳ।

ଖୋର୍ଦ୍ଧା:ଟାଙ୍ଗୀ ଥାନର ନୂତନ ଆଇଆଇସି ଭାବେ ଯୋଗୋଦେଲେ ଶ୍ରୀ ଦିଗ୍ ବିଜୟ ବିଶ୍ୱାଳ।  ଜଂକିଆ ଥାନାରେ  ଜଣେ ସଚ୍ଚୋଟ ଏବଂ ନିଷ୍ଠାପର ଭାବେ ନିଜର ଦାୟିତ୍ଵ ନିର୍ବାହ କରୁଥିଲେ ଠିକ୍ ସେହପରି ଏ ଟାଙ୍ଗୀ ଷ୍ଟେସନରେ ନିିଜର  ଦାୟିତ୍ବ ତୁଲାଇବା ବୋଲି ଜନସାଧାରଣଙ୍କର ବିଶ୍ଵାସ ଅଛି।

ପୂର୍ବରୁ ଶ୍ରୀ ବିଶ୍ୱାଳ ବାଣପୁର ଥାନାରେ ଦେଢ଼ ବର୍ଷ କାଳ ଏସଆଇ ରହିଥିବା ବେଳେ ଅପରାଧୀମାନଙ୍କୁ ଦମନ କରିବା କୌଶଳକୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ। ଏପରିକି ବାଣପୁର ଥାନାରୁ ବଦଳି ଦିନ କେତେକ ଅପରାଧୀମାନେ ଏଥିଲାଗି ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା। ବାଣପୁର ଥାନାରେ ତାଙ୍କର ଲୋକପ୍ରିୟତା ଏପରି ଥିଲା ଯେ, ବଦଳି ହେବା ଖବର ଜାଣି ସ୍ଥାନୀୟ ମହିଳାମାନେ ବାତିଲ ଦାବିରେ ବାଣପୁର ଥାନାରେ ଧାରଣା ଦେବା ସହ ତତ୍କାଳୀନ ଏସପିଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ।

ସେହିପରି ଭାବେ ବର୍ତ୍ତମାନ ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକଙ୍କ କଟକ ଜିଲ୍ଲାକୁ ବଦଳି ହୋଇଥିବାବେଳେ ଟାଙ୍ଗୀରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ନୂତନ ଆଇଆଇସି ଶ୍ରୀ ବିଶ୍ୱାଳଙ୍କ ପାଇଁ ଚ୍ୟାଲେଞ୍ଜ ରହିବ।

ରିପୋର୍ଟ୍ - ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ(ଖୋର୍ଦ୍ଧା)

Post a Comment

0 Comments