*ମେକଅପ୍ ସହ ଶୋଇବା*
ମେକଅପ୍ ସହ ଶୋଇବା ଦ୍ୱାରା ଲୋମଛିଦ୍ରରେ ତେଲ ଓ ଧୂଳି ଜମା ହୋଇଯାଇଥାଏ। ଫଳରେ ତ୍ୱଚାରେ ବ୍ରଣ, ବ୍ଲାକ୍ହେଡ୍ସ ଓ ଦାନାଦାନ ପରି କିଛି ବାହାରି ଯାଇଥାଏ। ଏହାବ୍ୟତୀତ କାଜଲ ଓ ଆଇସ୍ୟାଡୋ ଲଗାଇ ଶୋଇବା ଦ୍ୱାରା ଆଖିରେ ଜ୍ୱଳନ ସୃଷ୍ଟି ହୋଇଥାଏ।
*କମ୍ ଶୋଇବା*
ସୁସ୍ଥ ଜୀବନ ପାଇଁ ଭଲ ନିଦ ବହୁତ ଜରୁରି। ଅପର୍ଯ୍ୟାପ୍ତ ନିଦ ଥକାପଣର କାରଣ ସାଜିଥାଏ। ତା’ ସହ ନକାରାତ୍ମକ ଭାବନାକୁ ବଢାଇଥାଏ। ସେହିପରି ନିଦର ଅଭାବ ଯୋଗୁ ରକ୍ତଚାପ ଓ ହୃଦୟରୋଗର ଆଶଙ୍କା ବଢିଥାଏ। ତେଣୁ ନିୟମିତ ୬-୭ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।
*ହିଲ୍ ପିନ୍ଧିବା*
ହିଲ୍ସ ପିନ୍ଧିବା ପାଦ ପାଇଁ କ୍ଷତିକାରକ। କାରଣ ଏହା ଗଣ୍ଠି ଉପରେ ଚାପ ପକାଇଥାଏ। ଏହା ଜାଣିବା ସତ୍ତେ୍ୱ ବି ଆମେ ହିଲ୍ ପିନ୍ଧିଥାଉ। ଫଳରେ ପିଠି ଯନ୍ତ୍ରଣା ଓ ଗଣ୍ଠିରେ ସମସ୍ୟା ଆରମ୍ଭ ହୋଇଥାଏ। ଏହାବ୍ୟତୀତ ହିଲ୍ ହାଡ଼ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ତେଣୁ ଯେତେଦୂର ସମ୍ଭବ ହିଲ୍ଠାରୁ ଦୂରେଇ ରୁହନ୍ତୁ।
*ଚିନ୍ତାକୁ ନଜରଅନ୍ଦାଜ କରିବା*
କେତେକ ମହିଳାଙ୍କର ପ୍ରାୟ ସମୟ ମୁଣ୍ଡବିନ୍ଧା, ଅନିଦ୍ରା ଓ ଚିନ୍ତାଜନିତ ସମସ୍ୟା ଦେଖାଦେଇଥାଏ। କିନ୍ତୁ ସେମାନେ ଏହାକୁ ନଜରଅନ୍ଦାଜ କରିଥାନ୍ତି। ଚିନ୍ତାକୁ କେବେ ବି ଅଣଦେଖା କରନ୍ତୁନାହିଁ। ଏହା ସମୟକ୍ରମେ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଯଥାସମ୍ଭବ ଚିନ୍ତାଠାରୁ ନିଜକୁ ଦୂରେଇ ରଖନ୍ତୁ।
*ବ୍ୟାୟାମ ନ କରିବା*
ବ୍ୟସ୍ତ ରହିବା କାରଣରୁ ପ୍ରାୟ ମହିଳା ବ୍ୟାୟାମକୁ ଗୁରୁତ୍ୱ ଦେଇ ନଥାନ୍ତି । ଫଳରେ ଶାରିରୀକ ଗତିବିଧିର ଅଭାବରୁ ପିଠି ଦରଜ, ଷ୍ଟ୍ରୋକ୍, ମଧୁମେହ ଓ ହୃଦୟରୋଗ ପରି ସମସ୍ୟା ଦେଖାଦେଇଥାଏ । ତେଣୁ ସୁସ୍ଥ ରହିବା ପାଇଁ ସାଇକେଲିଂ, ଡ୍ୟାନ୍ସ ଓ ଯୋଗ ଅଭ୍ୟାସ କରିବା ଉଚିତ୍ । ଅନେକ ସମୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ସେତେଟା ସଚେତନ ନଥାନ୍ତି । ଫଳରେ ବିଭିନ୍ନ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।
ମହିଳାମାନେ ପ୍ରାୟ ସମୟରେ ଏମିତି କିଛି ଭୁଲ୍ କରିଥାନ୍ତି, ଯାହାର କୁପ୍ରଭାବ ସ୍ୱାସ୍ଥ୍ୟ ଓ ଶରୀର ଉପରେ ପଡ଼ିଥାଏ । ଯଦି ଆପଣ ଏମିତି କିଛି ଭୁଲ୍ କରୁଥାନ୍ତି, ତେବେ ନିଜକୁ ସୁଧାରି ନିଅନ୍ତୁ ।


0 Comments