ଡେଲାଙ୍ଗ :ଶ୍ରୀ ଜଗନ୍ନାଥ ଙ୍କ ପ୍ରସିଦ୍ଧ ବାହୁଡା଼ ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚାମନ୍ଦିର ସାମ୍ନା ଶରଧା ବାଲି ରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରକୃତି ମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ "ପଲିଥିନ କୁ" ନା ' କର୍ମଶାଳା 'ଆୟୋଜନ କରି ସରକାର ଙ୍କ " ଏକକ ପ୍ଲାଷ୍ଟିକ ନିଷେଧ ' ବାର୍ତ୍ତା କୁ ବ୍ୟାପକ ଜନସଚେତନତା ସୃଷ୍ଟି କରିଛନ୍ତି |ଅଗଣିତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ବଡଦାଣ୍ଡ କୁ ପଲିଥିନ, ପ୍ଲାଷ୍ଟିକ ବୋତଲ, ପାଣି ପାଉଚ ନପକାଇ ଅଳିଆ ଆବର୍ଜନା ମୁକ୍ତ ରଖିବାକୁ ଶ୍ରୀଯୁକ୍ତ ପାଢ଼ୀ ନିବେଦନ କରି ଏକ ସୁସ୍ଥ ପରିବେଶ ସୃଷ୍ଟିକରିବାକୁ ଆହ୍ୱାନ ଦେଇଛନ୍ତି |ଏକକ ବ୍ୟବହୃତ ପ୍ଲାଷ୍ଟିକ ମାଟିରେ ବିଘଟନ ହେଉନଥିବାରୁ ବର୍ଷ ବର୍ଷ ଧରି ମାଟିରେ ସେମିତି ପଡ଼ିରହି ଥିବାରୁ ଏହା ପରିବେଶ ପ୍ରତି ଘୋର ବିପଦ ଆଣିଦେଉଛି |ତେଣୁ ଏଭଳି ପ୍ଲାଷ୍ଟିକ କୁ ସଂପୁର୍ଣ ବର୍ଜନ କରି ଏହି ସୁନ୍ଦର ପୃଥିବୀରେ ସୁସ୍ଥ ଓ ନିରାମୟ ଜୀବନ ଜିଂଇବାକୁ ଶ୍ରୀଯୁକ୍ତ ପାଢ଼ୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି | ତେବେ ସରକାର ଖୁବ ଶୀଘ୍ର ଏହି ଏକକ ବ୍ୟବହୃତ ପ୍ଲାଷ୍ଟିକ ମୂଳଉପ୍ତାଦ କାରଖାନା କୁ ବନ୍ଦକରି ଏହାର ବିକଳ୍ପ ବାହାର କରିବା ପାଇଁ ଶ୍ରୀଯୁକ୍ତ ପାଢ଼ୀ ଅପିଲ କରିଛନ୍ତି |
ରିପୋର୍ଟ- ହିମାଂଶୁ ମହାପାତ୍ର (ପୁରୀ)


0 Comments