ତେବେ କଥା ଉଠୁଛି ଏହା କଣ ବିଜେଡି ର ରାଜନୀତି , ନା ନିଜ କାମ କୁ ନିଜ ଚ୍ୟାନେଲ ମାଧ୍ୟମରେ ଦେଖାଇବାର ପ୍ରୟାସ । ଆଗରୁ ମଧ୍ୟ ଏଭଳି ଏକ ମନ୍ତବ୍ୟ କୁ ନେଇ ଚର୍ଚା କୁ ଆସିଥିଲେ ବିଜେଡି ଦଳ ନେତାମାନେ । ଯେବେ ସମସ୍ତ ସରକାରୀ ଅଫିସ କୁ ଗଣମାଧ୍ୟମକୁ ମନା କରାଯାଇଥିଲା , ଆଉ ଏବେ ବିଦ୍ୟାଳୟ ପରିସର । ତେବେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ କୁ ଏଭଳି ନିୟମ -କାନୁନ ଭିତରେ ଛନ୍ଦିବା ଏବଂ ସ୍ୱାଧୀନତା କୁ ବଧାଦେବା କେତେଦୂର ଯୁକ୍ତିଯୁକ୍ତ । କେବଳ ସେତିକି ନୁହେଁ , ସାଧାରଣ ଜନତା ମଧ୍ୟ ଏହାଦ୍ୱାରା ପ୍ରଭାବିତ । ଦେଖିବାକୁ ଗଲେ ଗଣମାଧ୍ୟମ ର ସ୍ୱାଧୀନତା ରେ ଜନତା ଙ୍କର ହିତ ସାଧନ ହୋଇଥାଏ , ଏହାକୁ ବୁଝିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)


1 Comments
ରାଜନୀତି ରେ ବିଜେଡି ନିଜକୁ ଅଧିକ ଚାଲାକ ତଥା କାଉ ମନେ କରୁଛି ।
ReplyDeleteକିନ୍ତୁ ଜାଣିନାହିଁ କାଉ ଅତି ଚାଲାକି ହେଲେ କଣ କରେ