Recent

6/recent/ticker-posts

ଜରିପଡା ସେବା ସମବାୟ ସମିତିର ସଭାପତି ନିର୍ବାଚିତ।

ଖୋର୍ଦ୍ଧା: ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡା ଘାଟ ଜରିପଡା ସେବା ସମବାୟ ସମିତିର ନିର୍ବାଚିତ ସରିଯାଇଛି। ଏହି ନିର୍ବାଚନରେ ଦାମଦୋର ଜେନା ବିଜୟ ଲାଭ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତ ଜୁନ୍ ମାସ ୧୯ ତାରିଖ ଦିନ ଟାଙ୍ଗି ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ କରଯାଇଥିଲା।
ଜରିପଡା ସୋସାଇଟିର ସଭାପତି ପାଈଁ ଦୁଇ ପ୍ରମୁଖ ପାର୍ଥୀ ଦାମୋଦର ଜେନା ଏବଂ ବୃନ୍ଦାବନ ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଫଳରେ ଉଭୟ ପାର୍ଥୀ ସଭାପତି ପଦ ପାଇଁ ମୋଟ ପନ୍ଦର ଜଣ ସଦସ୍ୟଙ୍କୁ ନେଇ ଭୋଟ ଗ୍ରହଣ କରଯାଇଥିଲା। ୧୫ ଜଣ ସଦସ୍ୟ ମଧ୍ୟରୁ ୧୪ ଜଣ ଭୋଟ ଗ୍ରହଣ କରିଥିଲେ, ଯାହା ଫଳରେ ସଭାପତି ଭବେ ଦାମଦୋର ଜେନା ୧୦ ଖଣ୍ଡ ଭୋଟ ପାଇ ସଭାପତି ଭାବେ ବିଜୟ ଲାଭ କରିଥିଲେ। ଏବଂ ତାଙ୍କୁ ପ୍ରତିଦ୍ବନ୍ଦୀ କରୁଥିବା ପାର୍ଥୀ ବୃନ୍ଦାବନ ସାହୁ ମାତ୍ର ଚାରି ଗୋଟି ଭୋଟ ପାଇ ପରାସ୍ତ ହୋଇଥିଲେ । ନୂତନ ସଭାପତି ଭାବେ ଦାମଦରୋ ଜେନାଙ୍କୁ ପାଇ ଅଞ୍ଚଳବାସି ବେଶ୍ ଆନନ୍ଦ ଥିବା ଜଣାପଡ଼ୁଛି ଏବଂ ଏଥିସହିତ ଟାଙ୍ଗୀ ପୋଲିସ ର ସୁରକ୍ଷାକୁ ସାଧୁବାଦ ଜଣାଇଛନ୍ତି।

 ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଚିଲିକା (ଖୋର୍ଦ୍ଧା)

Post a Comment

0 Comments