ଭୁବନେଶ୍ୱର:- ସମାଜ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୪ ତମ ପୁଣ୍ୟତିଥୀ ଉପଲକ୍ଷେ ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଅଭିମନ୍ୟୁ ସାମନ୍ତରାୟ ୱେଲଫେୟାର ସୋସାଇଟି ଓ ସେଣ୍ଟ ଫ୍ରାନ୍ସିସ ଜାଭିୟର ଉଚ୍ଚ ବିଦ୍ୟାଳୟ ର ମିଳିତ ସହଯୋଗରେ ଦରିଦ୍ର ନାରାୟଣ ସେବା ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି ।ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତରାୟ ଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା କାର୍ଯ୍ୟ ଆରମ୍ଭ ତଥା ସ୍ୱାଗତ ଭାଷଣ ରେ ଶ୍ରୀଯୁକ୍ତ ସାମନ୍ତରାୟ ଉତ୍କଳମଣି ଙ୍କ ସେବା ମନୋଭାବ ଓ ତ୍ୟାଗ ବିଷୟରେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ,ଉତ୍କଳମଣି ଙ୍କ ଜନ୍ମଭୂମି ସତ୍ୟବାଦୀ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ଶ୍ରୀ ରବୀନ୍ଦ୍ରନାଥ ଷଡଙ୍ଗୀ ଆସନ ଅଳଙ୍କୃତ କରି ଉତ୍କଳମଣୀଙ୍କ ସମାଜ ସେବା , ପାରୋପକାର , ବନବିଦ୍ୟାଳୟ ରେ ତାଙ୍କର ଭୂମିକା ବିଷୟରେ ଆଲୋଚନା କରି ସଭା ବାତାବରଣ କୁ ଆନନ୍ଦିତ କରିଥିଲେ । ମୁଖ୍ୟ ଅତିଥି ରୂପେ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ର ଶିକ୍ଷିକା ସ୍ନିଗ୍ଧା ତ୍ରିପାଠୀ ଯୋଗଦେଇଥିଲେ । ସମ୍ମାନିତ ଅତିଥିରୁପେ ସତ୍ୟବାଦୀ ରୁ ପୂର୍ଣାନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ସର୍ବଶେଷରେ ପ୍ରାୟ ଏକ ସହ ଦରିଦ୍ର ନାରାୟଣ ଙ୍କୁ ଭୋଜନ ସେବା ପ୍ରଦାନ କରାଯାଇ ସଭାସାଙ୍ଗ କରାଯାଇଥିଲା ।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)
0 Comments