Recent

6/recent/ticker-posts

ଚାରା ରୋପଣ

ଟାଙ୍ଗୀ:ବନ ବିଭାଗ ପକ୍ଷରୁ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ବ୍ରୁକ୍ଷ ରୋପଣ ସପ୍ତାହ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସର ରେ ଟାଙ୍ଗୀ ବନ ବିଭାଗର ପଥର ବନ୍ଧ ନର୍ସରୀରେ ପୁଜା ପାଠ ଧୁପ ଦୀପ ନୈବେଦ୍ୟ ଅର୍ପଣ କରାଯାଇ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ନର୍ସରୀରେ ପରିସର ରେ ଔଷଧୀୟ ବ୍ରୁକ୍ଷ ଅଶୋକ,କରଂଜ,ଅର୍ଜୁନ, ଆଦି ପରିବେଶ ହିତକାରୀ ଚାରା ରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ବନ ବିଭାଗ ରେଂଜ୍ ଅଫିସର ଦେବାଶିଷ ଭୋଇ,ଗ୍ରାମ୍ୟ ଜଙ୍ଗଲ କମିଟି ସଭାପତି ସୁନିଲ କୁମାର ମହାନ୍ତି,ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ମୁଖପାତ୍ର ସରୋଜ କୁମାର ପାଇକରାୟ,ଫରେଷ୍ଟର ଗୋଲାପ ସେଠୀ ଏବଂ ବୀର ବର ନାୟକପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଚାରା ରୋପଣ କରିଥିଲେ।ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଗାର୍ଡ ପ୍ରଦୀପ କୁମାର ସାହୁ,ଦେବେନ୍ଦ୍ର କୁମାର ବେହେରା,ଗଜେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।
 ରିପୋର୍ଟ- ନୀଳାଦ୍ରି ଭୁଷଣ ଗଡ଼ନାୟକ (ଖୋର୍ଦ୍ଧା)

Post a Comment

0 Comments