Recent

6/recent/ticker-posts

ସବୁଜ ଡେଲାଙ୍ଗ ଟ୍ରଷ୍ଟର ଗୁଡ଼ୁପାଇଲୋ ଗ୍ରାମରୁ ବନମହୋତ୍ସବ ଅଭିଯାନ।

ଡେଲାଙ୍ଗ :ପବିତ୍ର ଶ୍ରୀଗୁଣ୍ଡିଚା ଓ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ବ୍ଲକର ଗୁଡ଼ୁପାଇଲୋ ଗ୍ରାମର ଦଶମାଣିଆ ଗହୀରରୁ ବନମହୋତ୍ସବ ଅଭିଯାନ ଆରମ୍ଭ ହୋଇଯାଇଛି |ପ୍ରତ୍ୟୁଷରୁ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଦାରୁବୃକ୍ଷ କୁ ପୂଜାର୍ଚନା କରିବାପରେ ସ୍ଥଳସେନାର ଅବସର ପ୍ରାପ୍ତ କର୍ମଚାରୀ ତଥା ବର୍ତମାନର ପୋଲିସ ସବଇନ୍ସପେକ୍ଟର ସର୍ବେଶ୍ୱର ପ୍ରଧାନ ବ୍ୟାନର ପ୍ରଦର୍ଶନ କରି ଅଭିଯାନ ର ଶୁଭାରମ୍ଭ କରିଥିଲେ |ଆଜିର ଆହ୍ୱାନ - "ପରିବେଶ ପାଇଁ ଗଛଟିଏ' ଶ୍ରୀଯୁକ୍ତ ପାଢ଼ୀ ରଖିଥିବା ବେଳେ ଶ୍ରୀଯୁକ୍ତ ପ୍ରଧାନ ଏହାର ଭୁରି ଭୁରି ପ୍ରଂଶସା କରି କହିଲେ - "ସବୁଜ ଡେଲାଙ୍ଗ ଅନୁଷ୍ଠାନ ର ଏହା ଏକ ସମୟୋପଯୋଗୀ ପଦକ୍ଷେପ |ବିଶ୍ୱ ତାପୟନ ବୃଦ୍ଧି, ଜଳବାୟୁର ଅନିୟମିତ ପରିବର୍ତନ, ବର୍ତମାନ ର ବଡ ସମସ୍ୟା ରୂପେ ଉଭା ହେଉଛି| ଏହାର ପ୍ରମୁଖ କାରଣ ହେଉଛି ଗଛର ଅଭାବ |ଏହାର ନିରାକରଣ ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ଶ୍ରୀଯୁକ୍ତ ପ୍ରଧାନ ମତପୋଷଣ କରିଥିଲେ |ଏହାପରେ ଶ୍ରୀଯୁକ୍ତ ପାଢ଼ୀ ପ୍ରତ୍ୟେକ ଗ୍ରାମରେ ବୃକ୍ଷରୋପଣ କରି ଜନସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ |

ରିପୋର୍ଟ: ହିମାଂଶୁ ମହାପାତ୍ର (ପୁରୀ)

Post a Comment

0 Comments