ସାକ୍ଷୀଗୋପାଳ: ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ ଜନତା ଦଳ ତରଫରୁ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ବିଭୁତିବାଟିକା ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥ୍ ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ପୁରୀ ବିଜୁ ଯୁବ ଜନତା ଦଳର ସଭାପତି ନାରାୟଣ ସ୍ବାଇଁ , ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା , ଉପାଧ୍ୟକ୍ଷା ନିବେଦିତା ପଣ୍ଡା , ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜୁକର୍ମୀ ସୁବାଷ ପ୍ରଧାନ , ପୁର୍ବତନ ଶୁକଳ ପଞ୍ଚାୟତର ସମିତିସଭ୍ୟ ଜଳନ୍ଦର ସେଠୀ , ନରେନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ରଙ୍କ ସହିତ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ୍- ପୂର୍ନାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ)
0 Comments