ମରଣ ଯନ୍ତା ପାଲଟିଛି ବ୍ଲକ ନିକଟ ଡେଲାଙ୍ଗ- ଖୋର୍ଦ୍ଧା ମୁଖ୍ୟ ସଡକ ପଥ
ବ୍ଲକ ସମ୍ମୁଖ ରାସ୍ତା ଜଳମଗ୍ନ, ଜଳମଗ୍ନ ସହ ଗଭୀର ଖାଲ ରେ ପଡି ଶିଶୁ ଗୁରୁତର
ଡେଲାଙ୍ଗ ବ୍ଲକ ସମ୍ମୁଖ ରାସ୍ତା ଜଳମଗ୍ନ ହେଇଯାଉଛି ,ସାମାନ୍ୟ ଧରଣର ବର୍ଷା ରେ,,,,,, ଜଳମଗ୍ନ ସାଙ୍ଗ କୁ ସେଠି ଯମ ସତେକି ଲୁଚି ରହୁଛି ,ଜଳମଗ୍ନ ଥିବା ରାସ୍ତା ର ଗଭୀର ଖାଲ ଭିତରେ,,,,,,,, ଏବେ ଜଟଣୀ ଡେଲାଙ୍ଗ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ପ୍ରତିଦିନ ଜଗଦଳପୁର ସ୍ଥିତ ପର୍ଯ୍ୟଟନ ସ୍ଥଳୀ ବାବା ବିଶ୍ୱନାଥ ଦେବଙ୍କ ପାହାଡ କୁ ଆସିଥାନ୍ତି ଶହ ଶହ ଶ୍ରଦ୍ଧlଳୁ,,,, ପ୍ରତିଦିନ ଏହି ରାସ୍ତା ରେ ଯାତାୟାତ କରନ୍ତି ସମସ୍ତ ପ୍ରଶାସନିକ ଅଧିକାରୀ ମାନେ,,,,,, ସମଗ୍ର ଡେଲାଙ୍ଗ ବ୍ଲକ ର ଲୋକ ବ୍ଲକ କୁ ଆସିବା ସମୟରେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା,,,,,,ନିକଟରେ ଏକ ଛୋଟ ପିଲା ଖସି ଯାଇ ହୋଇଥିଲା ଗୁରୁତର ଆହତ,,,,,,,ଏହିଭଳି ପ୍ରତିଦିନ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ହୁଅନ୍ତି ନିରୀହ ଜନସାଧାରଣ,,,,,,,,ବିଡମ୍ବନା ବିଷୟ ଏହି ଯେ ଯଦି ବ୍ଲକ ସମ୍ମୁଖରେ ଏପରି ହୁଏ ,ଏବଂ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜନସାଧାରଣ ଙ୍କ ହିତ ସାଧିତ ହୋଇପାରୁନାହିଁ,ତାହାଲେ ଦୁର୍ଗମ ଗ୍ରାମ ଗୁଡିକରେ ଜନସାଧାରଣଙ୍କ ଅସୁବିଧା କେତେଦୂର ଏବଂ କେତେ ଶୀଘ୍ର ଦୂର ହେଉଥିବ ତାହା ସହଜରେ ଅନୁମେୟ।ତେଣୁ ସ୍ଥାନୀୟ ଜନସାଧାରଣ ଙ୍କ ଦାବି ମୁତାବକ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏହି ରାସ୍ତା ମରାମତି କରାଯାଇ ମରଣ ମୁଖରୁ ବଞ୍ଚlଇପାରିଲେ ସ୍ଥାନୀୟ ବାସିନ୍ଦା ଚିର କୃତଜ୍ଞ ରହିବେ ।
ରିପୋର୍ଟ :- ସିଦ୍ଧାର୍ଥ ବଳବନ୍ତରାୟ(ଡେଲାଙ୍ଗ)




0 Comments