Recent

6/recent/ticker-posts

ଶ୍ରୀ ଜଗନ୍ନାଥ ଅନୁରାଗି ଟ୍ରଷ୍ଟ ତରଫରୁ ଗୁଣ୍ଡିଚା ମନ୍ଦିର ଚତୁର୍ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ । ଆଜି ସନ୍ଧ୍ୟା ଦର୍ଶନ ଅପରାହ୍ନ ୪ ରେ ଶେଷ ହେବ।

ପୁରୀ:- ଆଜି ସନ୍ଧ୍ୟା ଦର୍ଶନ , ଅପରାହ୍ନ ୪ ଟାରେ ଶେଷ ହେବ ଦର୍ଶନ 
ଆସନ୍ତା କାଲି ବାହୁଡା ନୀତି ପାଇଁ ଜଲଦି ପହଡ଼ ପଡିବା ପରେ ଆରମ୍ଭ ହେବ ନୀତିକାନ୍ତି।
ଆଜି ସକାଳ ୫ ଟା ସମୟ ରୁ ଶ୍ରୀ ଜଗନ୍ନାଥ ଅନୁରାଗି ଟ୍ରଷ୍ଟ ପକ୍ଷରୁ ରଥ ଚାରିପାଖ , ଗୁଣ୍ଡିଚା ମନ୍ଦିର ଚାରିପାଖ , ଏବଂ ସରଧାବାଲି ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି । ଟ୍ରଷ୍ଟ ର ସମସ୍ତ କର୍ମକର୍ତା ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତେ ଏକ ସ୍ୱରରେ ଜୟ ଜଗନ୍ନାଥ ଧ୍ୱନି ଦେଇ ଆଗ୍ରହ ସହକାରେ ଭକ୍ତି ର ସହିତ ସଫେଇ କାର୍ଯ୍ୟ କରିବା ପରେ ଅଳିଆ ସବୁ ନେଇ ମୁନିସିପାଲଟି ଦ୍ୱାରା କରାଯାଇଥିବା ଗାଡ଼ିରେ ପକାଇଥିଲେ । ତେବେ ସବୁଦିନ ସକାଳେ ଏହି କାର୍ଯ୍ୟକ୍ରମ କରିଆସୁଛନ୍ତି ଟ୍ରଷ୍ଟ ର କର୍ମୀ ମାନେ । ସାଧାରଣ ଜନତା କିଭଳି ସୁରୁଖୁରୁରେ ଦର୍ଶନ କରିବେ , ଚତୁରପାର୍ଶ୍ଵ କିଭଳି ସଫା ରହିବ ସେ ନେଇ କର୍ମୀମାନେ ତତ୍ପର । ଆସନ୍ତା କାଲି ବାହୁଡା ନୀତି ଯେଭଳି ବିଳମ୍ବ ନହେବ ସେଥିପାଇଁ ଆଜି ମହାପ୍ରଭୁଙ୍କ ଦର୍ଶନ ଅପରାହ୍ନ ୪ ଟା ସମୟ ରେ ବନ୍ଦ କରାଯିବା ନେଇ ନିଷ୍ପତି ହୋଇଛି । ଗୁଣ୍ଡିଚା ଭଳି ବାହୁଡା ରେ ମଧ୍ୟ ଆଗୁଆ ନୀତି କାନ୍ତି ସମ୍ପୂର୍ଣ ହେବ ଏବଂ ସଠିକ ସମୟରେ ସରିବା ନେଇ ସୂଚନା ଦେଇଛନ୍ତି ମନ୍ଦିର ପ୍ରଶାସନ । 
 ରିପୋର୍ଟ :- ହିମାଂଶୁ ମହାପାତ୍ର(ପୁରୀ)

Post a Comment

0 Comments