ଗତକାଲି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନ ପୁର ପଂଚାୟତ ର କଣାଫାସିଆ ଗ୍ରାମ ରେ ଗ୍ରାମ ବାସୀ ଙ୍କ ଉପସ୍ଥିତିରେ ଜଳଜୀବନ ମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ନୋଡାଲ ଶ୍ରୀମତୀ ଶୁଭଲଷ୍ମୀ ସେନାପତି , ନୋଡାଲ ଏନଜିଓ ଗୋପୀନାଥ ଯୁବକ ସଂଘ ର ବ୍ଲକ ସଂଯୋଜକ ହିମାଂଶୁ ମହାପାତ୍ର , ପଂଚାୟତ ସଂଯୋଜକ ପ୍ରହଲ୍ଲାଦ ଭୋଇ ଏବଂ ଗୋପୀନାଥ ଯୁବକ ସଂଘ ର ମୁଖ୍ୟ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ଦାଶ ଙ୍କ ପ୍ରତିନିଧି ଶ୍ରୀମତୀ ବନିତା ଦାଶ ,ଗ୍ରାମ ର ୱାର୍ଡ ମେମ୍ବର ଉପସ୍ଥିତ ରହିଥିଲେ । ଗ୍ରାମ ବିଷୟରେ ସମ୍ପୂର୍ଣ ବିବରଣୀ ଆଲୋଚନା କରି ଗ୍ରାମ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଥିଲେ ହିମାଂଶୁ ମହାପାତ୍ର , ଜଳଜୀବନ ମିଶନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ ପଂଚାୟତ ସଂଯୋଜକ ଶ୍ରୀ ଭୋଇ , ଗ୍ରାମ ଜଳ ଓ ପରିମଳ କମିଟି ଗଠନ ର ଦାୟିତ୍ୱ ତୁଲାଇଥିଲେ ବ୍ଲକ ନୋଡାଲ ଶ୍ରୀମତୀ ସେନାପତି , ଲୋକମାନଙ୍କ ର ଥିବା ବିଭିନ୍ନ ପ୍ରଶ୍ନ ତଥା ଦ୍ଵନ୍ଦ କୁ ସମାଧାନ କରିଥିଲେ ଶ୍ରୀମତୀ ଦାଶ । ସର୍ବ ଶେଷରେ ବୈଠକ ଫଟୋ ଉଠାଯାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା ।
ରିପୋର୍ଟ :- ହିମାଂଶୁ ମହାପାତ୍ର(ପୁରୀ)


0 Comments