ବ୍ରହ୍ମପୁର: ବହୁଚର୍ଚିତ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ର ସଠିକ୍ ତଦନ୍ତ ଦାବି ଓ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ପକ୍ଷରୁ ଖଲ୍ଲିକୋଟ୍ କଲେଜ୍ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ଦିନ ମାନଙ୍କରେ ରାଜ୍ୟ ସରକାର ଙ୍କ ତରଫରୁ ଶିକ୍ଷାନୁଷ୍ଠାନ ରେ ଏହି ସମ୍ବନ୍ଧୀୟ ବିଭିନ୍ନ ନୀତି ଆପଣେଇ ଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସୀମିତ ନ ରହି ସଠିକ୍ ଲାଗୁ ଆବଶ୍ୟକ ରହିଛି ବୋଲି ସଂଗଠନ ଦାବି କରିଛି । ଏହି ବିକ୍ଷୋଭରେ ବିଭାଗ ପ୍ରମୁଖ ଶିବପ୍ରସାଦ ତ୍ରିପାଠୀ,ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର,ବିଭାଗ ସଂଯୋଜକ ସ୍ଵାଗତ କୁମାର ତ୍ରିପାଠୀ,ଜିଲ୍ଲା ସଂଯୋଜକ ଆଶ୍ୱିନ କୁମାର ସାହୁ,ମହାନଗର ସହ ସମ୍ପାଦକ ଶାଶ୍ଵତ ମିଶ୍ର,ରାଜ୍ୟ କାର୍ଯୟକାରିଣୀ ଜଗନ୍ନାଥ ଦାସ, ଜ୍ୟୋତି ରଞ୍ଜନ ସେଠୀ, ହୃଷିକେଶ ସାହୁ,ଅଜୟ ସେଠୀ, ପ୍ରିୟ ରଂଜନ ମଲ୍ଲିକ, ଅର୍ଚ୍ଚନା ସେଠୀ,ସୁଭଦ୍ରା ତ୍ରିପାଠୀ, ଦେବାଶିଷ ଦାସ,ନରହରି ମହାରଣା, ରାଜ ସାହୁ, ସୁମିତ୍ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ: ଅଜୟ ସେଠୀ(ବ୍ରହ୍ମପୁର)


0 Comments