Recent

6/recent/ticker-posts

ବାୟୁପ୍ରଦୂଷଣ ହିଁ ଫୁସଫୁସ୍ କର୍କଟ ର ପ୍ରମୁଖ କାରଣ :ହୃଷୀକେଶ ପାଢ଼ୀ

ଡେଲାଙ୍ଗ : ଉଣେଇଶ ଏକସ୍ତରୀ ମସିହା ପରଠାରୁ ଫୁସଫୁସ୍ କର୍କଟ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |ଜନ ସଚେତନତା ବୃଦ୍ଧି ପାଇଁ ଦୁଇହଜାର ବାର ମସିହା ଅଗଷ୍ଟ ଏକ ତାରିଖରେ ପ୍ରଥମଥର ବିଶ୍ୱ ଫୁସଫୁସ୍ କର୍କଟ ଦିବସ ପାଳିତ ହୋଇଥିଲା |ଅଦ୍ୟାବଧି ବହୁଳ ଜନସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ଏକ ତାରିଖ ରେ ଏହି ଦିବସ ସାରା ବିଶ୍ୱ ରେ ପାଳନ ହୋଇଆସୁଅଛି |ଧୂମପାନ, ବାୟୁପ୍ରଦୂଷଣ ହିଁ ଏହାର ପ୍ରମୁଖ କାରଣ ହୋଇଥିବାରୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି | ଧୂମପାନ କୁ ସଂପୁର୍ଣ ବର୍ଜନ ଓ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଶ୍ରୀଯୁକ୍ତ ପାଢ଼ୀ ଜୋର ଦେଇଛନ୍ତି |ତଥ୍ୟ ଅନୁଯାୟୀ ଦୁଇହଜାର ଉଣେଇଶ ରେ ପ୍ରାୟ ଅଠରଲକ୍ଷ ଲୋକ ଏହିରୋଗରେ ପ୍ରାଣହରାଇଥିଲେ ଯାହାକି ଏକ ଦୁଃଖଦ ତଥା ସମ୍ବେଦନଶୀଳ ଘଟଣା |ଜିନ ଦୋଷରୁ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଛି ବୋଲି ଗବେଷକମାନେ ମତ ଦିଅନ୍ତି |ତେବେ ସୁସ୍ଥ ପରିବେଶ ରେ ରହି ବାୟୁ ପ୍ରଦୂଷଣ କୁ ରୋକିବା ତଥା ଏକ ସୁନ୍ଦର ଜୀବନ ଜିଇଁବା ଆମର ସର୍ବାଦୌ କର୍ତ୍ତବ୍ୟ ବୋଲି ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଥିଲେ |
ରିପୋର୍ଟ: ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)

Post a Comment

0 Comments