Recent

6/recent/ticker-posts

ପିଇବା ପାଣି ପାଇଁ ଡହଳ ବିକଳ: ପୋଖରୀ ପାଣି ପିଉଛନ୍ତି ଉତ୍ତରପଡା ଗ୍ରାମବାସୀ

ସାକ୍ଷୀଗୋପାଳ- ପିଇବା ପାଣି ପ୍ରକଳ୍ପ ଅଛି ହେଲେ ପାଣି ଟୋପେ ପାଇଁ ଡହଳ ବିକଳ ଗ୍ରାମବାସୀ। ନଳକୂପ ଅଛି ହେଲେ ପିଇବା ଯୋଗ୍ୟ ପାଣି ବାହାରୁ ନାହିଁ। ଫଳରେ ନିକଟରେ ଥିବା ପୋଖରୀର ମଇଳା ପାଣି ପିଇବାକୁ ବାଧ୍ୟ ହୋଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ। ଏପରି ଏକ ଅବସ୍ଥା ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆ ସୋମେଶ୍ୱର ପୁର ପଞ୍ଚାୟତର ଉତ୍ତର ପଡା ଗ୍ରାମରେ। ବସୁଧା ଯୋଜନାରେ ପ୍ରକଳ୍ପ ଅଛି ହେଲେ ଉତ୍ତର ପଡା ବାସୀଙ୍କ ପାଇଁ ସବୁକିଛି ଫେଲ ମାରିଛି। ଗାଁରେ ପ୍ରାୟ ୩୦ ପରିବାରର ୨୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁରେ ଥିବା ଏକମାତ୍ର ନଳକୂପ ସହ ସଂଯୁକ୍ତ ହୋଇଥିବା ସୋଲାର ପ୍ୟାନେଲ ପାଣି ପମ୍ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଥିରେ ପର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଣ ହେଇପାରୁନାହି । ଯାହାଦ୍ଵାରା ଗ୍ରାମବାସୀ ମାନଙ୍କୁ ଏକ କିଲୋମିଟର ରୁ ଉର୍ଦ୍ଧ୍ବ ଯଦୁପୁର ଗଉଡହାଟ ପାଣି ନେବାକୁ ପଡ଼ୁଛି। ଜଳ ସମସ୍ୟା ଦୂରିକରଣ ପାଇଁ ଆସୁଥିବା ପାଣି ଟ୍ୟାଙ୍କର ମଧ୍ୟ ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କହିଛନ୍ତି ଗ୍ରାମବାସୀ। ଏଠାରେ ପାନିୟ ଜଳ ଯୋଗାଣ ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ପ୍ରଶାସନକୁ ବାରମ୍ବାର ଜଣାଇବା ପରେ କୌଣସି ସୁଫଳ ମିଳି ନଥିବାରୁ ଗାଁର ସତ୍ୟଭାମା ସାହୁ,ରୀତା ନାୟକ,ପାଗେଲି ନାୟକ, ପାର୍ବତୀ ପାତ୍ର,ହରଷ ସାହୁ ପ୍ରମୁଖ ମହିଳା ଅଭିଯୋଗ କରିଛନ୍ତି। ତେଣୁ ପ୍ରସାଶନ ଏହାର ଉଚିତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି
ରିପୋର୍ଟ- ପୂର୍ନାନନ୍ଦ ଟ୍ରିଫାଠୀ (ସାକ୍ଷୀଗୋପାଳ)

Post a Comment

0 Comments