Recent

6/recent/ticker-posts

ସାକ୍ଷୀଗୋପାଳ: ସତ୍ୟବାଦୀ ମାଟିର ପୁଅ ରବୀନ୍ଦ୍ରନାଥ ଷଡଙ୍ଗୀ ଅଗଷ୍ଟ ୧୫ରେ ହରିଆନାରେ ସମ୍ମାନୀତ ହେବେ

ସତ୍ୟବାଦୀ ବୀରଗୋବିନ୍ଦପୁର ଗ୍ରାମର ରବୀନ୍ଦ୍ର ନାଥ ଷଡଙ୍ଗୀ ଗୁରୁଗ୍ରାମ , ହରିଆନା ନୂଆଦିଲ୍ଲୀ ଠାରେ ଅଗଷ୍ଟ ୧୫ ତାରିଖ ଦିନ ଲାଇଫି ଟାଇମ ଆଚିଭିମେଣ୍ଟ ଆୱାଡ ପାଇବା ପାଇଁ ହରିଆନା ଗସ୍ତ କରିଥିବା ଜଣାପଡିଛି । ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩୩ ବର୍ଷ ଚାକିରୀ କରି ୩୦ - ୪ - ୨୦୧୨ ମସିହାରେ ଅବସର ନେଇଥିଲେ । ଅବସର ନେବା ପରେ ସାହିତ୍ୟ , କବିତା , ଚିତ୍ରାଙ୍କନ ସହିତ ଗୋ ସେବା , ଜନସେବା , ରୋଗୀ ସେବା କରିବା ସହିତ ଗରିବ , ଅସହାୟ ପିଲା ମାନଙ୍କୁ ବିଭିନ୍ନ ସମୟରେ ସାହାର୍ଯ୍ୟ ସହଯୋଗ କରି ଆସିଥାନ୍ତି । ଏହି ପରୀପେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଷଡଙ୍ଗୀଙ୍କୁ ବିଭିନ୍ନ ପଦ ପଦବୀରେ ସମ୍ମାନୀତ କରାଯାଇଛି । ଏପରିକି ବନ୍ଦନା ଭାଷା ସାହିତ୍ୟ ସଂସ୍କୃତିର ସମ୍ପାଦକ ଓ ବନ୍ଦନା ଷଡମାସିକ ସାହିତ୍ୟ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ରାଜସ୍ଥାନର ଆଇ କ୍ୟାନ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଅଗଷ୍ଟ ୧୫ ତାରିଖରେ ସମ୍ମାନୀତ କରାଯିବା ପାଇଁ ପତ୍ର ପାଇବା ପରେ ସେ ଆଜି ହରିଆନ ଗସ୍ତ କରିଥିବା ଜଣାପଡିଛି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କର ସାଙ୍ଗ ସାଥୀ ମାନେ ସ୍ବାଗତ କରିଛନ୍ତି ।

Post a Comment

0 Comments