Recent

6/recent/ticker-posts

ସାକ୍ଷୀଗୋପାଳ: ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର +୨ କଳା, ବାଣିଜ୍ଯ ଓ ବିଜ୍ଞାନର ଫଳାଫଳ ପ୍ରକାଶିତ

ଇତି ମଧ୍ଯରେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବାଣିଜ୍ଯ ଓ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ଏଥିରେ ଚଳିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ସଫଳତା ହାସଲ କରିଛନ୍ତି। ମହାବିଦ୍ୟାଳୟର +୨ କଳା ବିଭାଗରେ ୨୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯାହାମଧ୍ୟରୁ ୧୫୩ ଜଣ ପ୍ରଥମ, ୬୦ ଜଣ ଦ୍ୱିତୀୟ ଓ ୨୭ ଜଣ ତୃତୀୟ ଶ୍ରେଣୀ ଏହିପରି ସର୍ବମୋଟ ୨୪୦ ଜଣ ପାସ୍ କରିଛନ୍ତି। କଳା ବିଭାଗରେ ପାସ୍ ହାର ୯୪℅ ଥିଲାବେଳେ +୨ କଳା ଛାତ୍ରୀ କୁମାରୀ ସମର୍ପିତା ବେହେରା ୮୯.୧୬% ମାର୍କରେ ମହାବିଦ୍ୟାଳୟର ତଥା ବ୍ଲକସ୍ତରରେ ସର୍ବୋଚ୍ଚ ନମ୍ବର ରଖିବାର ଗୌରବ ଅର୍ଜନ କରିଛନ୍ତି। 
        ସେହିପରି +୨ ବାଣିଜ୍ଯ ବିଭାଗରେ ମୋଟ ୪୧ ଜଣ ପରୀକ୍ଷାର୍ଥୀ ମଧ୍ଯରୁ ୧୭ ଜଣ ପ୍ରଥମ, ୬ ଜଣ ଦ୍ବିତୀୟ ଓ ୧୦ ଜଣ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ +୨ ବାଣିଜ୍ଯ ଛାତ୍ରୀ ବିଷ୍ଣୁପ୍ରିୟା ନାୟକ ୭୯.୮୩% ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। +୨ ବିଜ୍ଞାନ ବିଭାଗରେ ମୋଟ ୨୪ ଜଣଙ୍କ ମଧ୍ଯରୁ ୭ ଜଣ ପ୍ରଥମ, ୬ ଜଣ ଦ୍ବିତୀୟ ଓ ୮ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓ +୨ ବିଜ୍ଞାନ ଛାତ୍ର ବିଶ୍ବନାଥ ନନ୍ଦ ୭୨ % ମାର୍କ ରଖି ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଛାତଛାତ୍ରୀ ଙ୍କ ସଫଳତା ରେ ଅନୁଷ୍ଠାନର ଡଃ ରତିକାନ୍ତ ପରିଡ଼ା ଗଭୀର ଆନନ୍ଦ ପ୍ରକାଶ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Post a Comment

0 Comments