ନିରାକାରପୁର: ସାରାଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦ କି ଅମୃତ ମହୋସ୍ଛବ ପାଳନ କରୁଥିବା ବେଳେ ଆଜି ଖୋର୍ଧାଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ଏବଂ ବାଲୁଗାଁ ଶାଳୀଆ ପ୍ରେସ କ୍ଲବ ମିଳିତ ଆନୁକୂଲ୍ୟରେ ପାଳନ କରାଯାଇଛି ଅମ୍ରିତ ମହୋତ୍ସବ ରାଲି।।ପ୍ରଥମେ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଦୀପକ ପ୍ରଧାନଙ୍କ ନେତୃତ୍ବରେ ସାମ୍ବାଦିକମାନେ ନିରାକାରପୁର ଶ୍ରୀରାମ ମନ୍ଦିର ପରିସରରୁ ବାଣପୁର ଅଭିମୁଖେ ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲା।ନିରାକାରପୁର ଠାରେ ଟାଗିଂ ବନବିଭାଗ ରେଜଂର ଦେବାଶିଷ ଭୋଇ ପ୍ରଥମେ ରାମ ମନ୍ଦିର ଠାରେ ବ୍ରୁକ୍ଷ ରୋପଣ କରି ଜାତୀୟ ପତାକା ଦେଖାଇ ବାଇକ୍ ରାଲି ଶୁଭାରମ୍ଭ କରିଥିଲେ। ଟାଙ୍ଗି ଥାନା ନିରୀକ୍ଷକ ଦିଗବିଜୟ ବିଶ୍ବାଳ ଟାଙ୍ଗି ଥାନା ଠାରେ ଜାତୀୟ ପତାକା ଦେଖାଇ ସ୍ବାଗତ କରିଥିଲେ। ପରେ ବାଲୁଗାଁ ରେ ପହଂଚିବା ପରେ ଶାଳିଆ ପ୍ରେସ କ୍ଳବ ପକ୍ଷରୁ ଏହି ରାଲିକୁ ସ୍ବାଗତ କରାଯାଇଥିଲା। ଶାଳିଆ ପ୍ରେସ କ୍ଳବ ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ବ ରେ ଏହି ଅବସରରେ ନିରାକାର ପୁର ସାମ୍ବାଦିକ ସଂଘ ସହିତ ସାମିଲ ହୋଇ ଶାଳିଆ ପ୍ରେସ କ୍ଲବ ବାଇକ ଶୋଭାଯାତ୍ରାରେ ଅଜାଦି ମହୋସ୍ଛାବର ନାରା ଦେଇ ବାଲୁଗାଁ ଓ ବାଣପୁର ନଗର ପରିକ୍ରମା କରିବା ସହ ମା ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରା ସମାପନ କରିଥିଲେ।ପରେ ସେଠାରୁ ବଡ଼କୁଳ ରାମେଶ୍ୱର ମନ୍ଦିରରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ପହଞ୍ଚି ଏକ ସଭା ଅନୁଷ୍ଠିତ କରାଯାଇଥିଲା। ଉକ୍ତ ସଭାରେ ବାଲୁଗାଁ ଅଶୋକନଗରର ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣ ପଦକଧାରୀ କ୍ରିଷ୍ଣା ଶିକାରୀ ଙ୍କୁ ଉଭୟ ସଂଘ ତରଫରୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)


0 Comments