Recent

6/recent/ticker-posts

ସାକ୍ଷୀଗୋପାଳ କଲେଜରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ସାକ୍ଷୀଗୋପାଳ: ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଆଜି ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହାତ୍ସବ ପାଳିତ ହୋଇଯାଇଛି । ଦେଶ ସ୍ୱାଧୀନତାର  ୭୫ ବର୍ଷ ପୂର୍ତ୍ତୀ ଅବସରରେ "ହର  ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ନିମିତ୍ତ ଆୟୋଜିତ ଏହି ସମାରୋହରେ ଓଡିଶାର ରାଜ୍ୟ ଆଇନ୍ ସେଲ ନିର୍ଦ୍ଦେଶକ ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଣ-ନାତୁଣୀ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ  'ଜାତୀୟ  ସ୍ତରରେ ଆୟୋଜିତ ହେଉଥିବା ଘର ଘର ତ୍ରିରଙ୍ଗା ବାସ୍ତବରେ ସମସ୍ତ ଭାରତୀୟ ନାଗରିକଙ୍କ ହୃଦୟରେ ଜାତୀୟ ପତାକା ସନ୍ଦେଶ ଅବସ୍ଥାପିତ ହେବାର ଉପକ୍ରମ ଓ ଏହାଦ୍ୱାରା ସମସ୍ତଙ୍କ ମନ ହୃଦୟରୁ ଅବଗୁଣ ଲୋପ ପାଉ ବୋଲି କାମନା କରିଥିଲେ । ଆଜାଦି ନାଗରିକ ମନରେ ନିଜର ସୀମା, ମର୍ଯ୍ୟାଦା, ଓ ଦାୟିତ୍ୱବୋଧର ଚେତନା ବିକଶିତ ନକଲେ ଆମେ ସମସ୍ତେ ଔଦ୍ଧତ୍ୟର ସୀମା ଲଙ୍ଘି ଅମଣିଷ ହୋଇଯିବା । ତେଣୁ ସମସ୍ତେ ଆଚାର୍ଯ୍ୟ ହରିହରଙ୍କ  ବାଣୀ "ଭଲ ମଣିଷ ହୁଅ" କୁ ସ୍ମରଣ ରଖିବାକୁ ଶ୍ରୀମତୀ ମହାପାତ୍ର ଆହ୍ୱାନ ଦେଇଥିଲେ । ସଭାରେ ସଭାପତିତ୍ବ କରି ଅନୁଷ୍ଠାନର  ଅଧ୍ୟକ୍ଷ ଡଃ ରତିକାନ୍ତ ପରିଡା ନିଜ ବକ୍ତବ୍ୟରେ କହିଥିଲେ " ଆଜାଦ କା ଅମୃତ ମହାତ୍ସବକୁ ସମଗ୍ର ଭାରତରେ କାର୍ଯ୍ୟକାରୀ କରାଇ ଭାରତୀୟ ଯୁବପିଢ଼ି ଓ ନୂତନ ପିଢ଼ିଙ୍କୁ ଦେଶର ସର୍ବାଙ୍ଗୀନ ବିକାଶରେ ସାମିଲୀ କରାଇବା ଏବଂ ଭାରତର ହୃତ ଗୌରବକୁ ଫେରାଇ ଆଣି ପୁନର୍ବାର ଭାରତକୁ ପୃଥିବୀରେ ବିଶ୍ଵଗୁରୁର ମାନ୍ୟତା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ଏବଂ ଦେଶର କୂଟିର ଶିଳ୍ପକୁ ପୁନର୍ଜୀବିତ କରାଇ ଭାରତକୁ ଏକ ଆତ୍ମନିର୍ଭରଶୀଳ  ରାଷ୍ଟ୍ରରେ ପରିଣତ କରିବା  ଏହି ମହୋତ୍ସବର ଗୁରୁମନ୍ତ୍ର ଅଟେ । କାର୍ଯ୍ୟକ୍ରମର ଅନ୍ୟତମ ବକ୍ତା ପ୍ର. ଶୁଭ୍ରାଦୀପ୍ତା ପଟ୍ଟନାୟକ "ସ୍ୱାଧୀନତାର ମୂଲ୍ୟ ସେହିଁ ବୁଝିପାରିବ, ଯିଏ ପରାଧୀନତାର ବେଡିରେ ବନ୍ଧାପଡ଼ିଥିବ । ଆମେମାନେ ବହୁତ ଭାଗ୍ୟବାନ ଯେ, ଆମେ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛେ । ପରାଧୀନତାର ଅସହାୟତା ଓ କଷ୍ଟକୁ ହୃଦୟଙ୍ଗମ କରିବା ଆମପକ୍ଷେ ଅସମ୍ଭବ " ବୋଲି ମତ ଦେଇଥିଲେ । ସେହିପରି ପ୍ର. ବିଜୟଲକ୍ଷ୍ମୀ  ମିଶ୍ର  ଛାତ୍ରଛାତ୍ରୀମାନଙ୍କୁ  "ସ୍ୱାଧୀନ ମଣିଷ ହେଉଛି ଶୃଙ୍ଖଳିତ ମଣିଷ । କଠିନ ପରିଶ୍ରମ, ଦାୟିତ୍ୱବୋଧ, ଓ ସମ୍ମାନବୋଧ  ହିଁ ସଫଳତାର ଅସଲ ଚାବିକାଠି" ବୋଲି ପରାମର୍ଶ ଦେଇଥିଲେ । 
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ର. ସସ୍ମିତା ପ୍ରଧାନ ବେଦ ପାଠ କରିଥିଲେ ଓ ଜାତୀୟ ସେବା ଯୋଜନା ଅଧିକାରୀ ପ୍ର. ଶଙ୍କର୍ଷଣ ପ୍ରଧାନ ସଭା ପରିଚାଳନା କରୁଥିଲେ । ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି  ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା  ଲକ୍ଷ୍ମୀପ୍ରିୟା ମହାରଣା, ମନୋଜ କୁମାର ସାହୁ ଓ ଅର୍ପିତ ମହାପାତ୍ର ଏବଂ କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଡି ଦୀପକ କୁମାର ସାହୁ ଓ ଅର୍ପିତ ମହାପାତ୍ର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଯୋଡି ସୀତାଲି ଦାଶ ଓ ରାଜଲକ୍ଷ୍ମୀ ପଣ୍ଡା ମୁଖ୍ୟ ଅତିଥି ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ର. ଜ୍ୟୋତିରଞ୍ଜନ ରଥ ଓ ଜାତୀୟ ସେବା ଯୋଜନା ଅଧିକାରୀ  ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ ପରିଚାଳନା କରିଥିଲେ । ସର୍ବଶେଷରେ ଅନୁଷ୍ଠାନର ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ: ପୂର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ) 

Post a Comment

0 Comments