ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଜୁ ସଭାଗୃହ ରେ ଆଜି ପୁରୀ ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ଙ୍କ କର କମଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଉଦଘାଟନ କରାଯାଇଛି । ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପିନାକୀ ମିଶ୍ର , ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମହାରଥୀ , ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଷଡଙ୍ଗୀ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତି ସାହୁ , ଉପାଧ୍ୟକ୍ଷ ଶ୍ରୀ ଦୁର୍ବାଷା ନିସଙ୍କ , ମିଶନ ଶକ୍ତି ସମ୍ପାଦିକା ପ୍ରତିମା ଦାଶ,୧୫ ନଂ ଯୋନ ଜିଲାପରିସଦ ପ୍ରଜ୍ଞା ଛୋଟରାୟ , ୧୬ ନଂ ଯୋନ ଜିଲ୍ଲାପରିସଦ ପ୍ରସନ୍ନ କୁମାର ସାହୁ , ୧୭ ନଂ ଯୋନ ଜିଲ୍ଲାପରିସଦ ଦୀପ୍ତିଶ୍ରୀ ରାଉତରାୟ ଏବଂ ୨୧ ଟି ପଂଚାୟତ ର ସମସ୍ତ ସରପଞ୍ଚ , ସମିତିସଭ୍ୟ , ମିଶନ ଶକ୍ତି ମହିଳା ଏବଂ ଅନ୍ୟ ମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମିଶ୍ର ସୁଜନ ପୁର ପଂଚାୟତ ର ନବନିର୍ମିତ ମିଶନ ଶକ୍ତି ଗୃହ , ବ୍ଲକ ପରିସରରେ ମିଶନ ଶକ୍ତି କାଫେ , ବ୍ଲକ ସଦସ୍ୟ ଙ୍କ ପାଇଁ ନିର୍ମିତ ଗୃହ /କ୍ୱାଟର , ଉଦ୍ଘାଟନ କରିବା ସହିତ ଜେନାପୁର ପଂଚାୟତ ମହିଳା ଗୋଷ୍ଠୀକୁ ଏକ ନୂତନ ଟ୍ରାକ୍ଟର ହସ୍ତାନ୍ତର , ବିଧବା ମହିଳା ଙ୍କୁ ଭତ୍ତା ବହି ବଣ୍ଟନ , ଦିବ୍ୟାଙ୍ଗ ମାନଙ୍କୁ ତିନିଚକିଆ ସାଇକଲ ପ୍ରଦାନ କରିଥିଲେ ।
ଆଗାମୀ ଦିନରେ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ନେଇ ମତ ପ୍ରକାଶ କରିଥିଲେ ସାଂସଦ ଶ୍ରୀଯୁକ୍ତ ମିଶ୍ର ଏବଂ ମିଶନ ଶକ୍ତି କାଫେ କୁ ଶ୍ରୀମତୀ ସୁଜାତା କାର୍ତ୍ତିକେୟନଙ୍କ ଏକ ନିଆରା ଓ ଭିନ୍ନ ଧରଣର ସଫଳ ପ୍ରୟାସ ବୋଲି କହି ଶ୍ରୀମତୀ କାର୍ତ୍ତକେୟନ ଓ ମିଶନ ଶକ୍ତି ର ମହିଳା ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗ -ପିପିଲି ର ଉନ୍ନତି ଦିଗରେ ସବୁବେଳେ ତତ୍ପର ଓ ଦୁଇ ବ୍ଲକ ମଧ୍ୟରେ ଉନ୍ନତି କୁ ନେଇ ପ୍ରତିଦ୍ବନ୍ଦିତା ମୂଳକ ମନୋଭାବ ସୃଷ୍ଟି ଏବଂ ଉନ୍ନତି ର ଶିଖର କୁ ନେବା ଏକମାତ୍ର ପ୍ରୟାସ ବୋଲି କହିଛନ୍ତି ବିଧାୟକ ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମହାରଥୀ ।
ଯଦି ଜେନାପୁର ପଂଚାୟତରେ ଆଜି ଦିଆଯାଇଥିବା ଟ୍ରାକ୍ଟର ର ସଦୁପଯୋଗ ଓ ଲୋକମାନଙ୍କ ହିତ ସାଧିତ ହୋଇପାରେ ତାହେଲେ ଆଗକୁ ଡେଲାଙ୍ଗ ବ୍ଲକ ର ସମସ୍ତ ୨୧ ଟି ପଂଚାୟତ ରେ ଟ୍ରାକ୍ଟର ସହିତ ଅନ୍ୟ କୃଷି ସରଞ୍ଜାମ ଯୋଗାଇଦେବା ନେଇ ଲକ୍ଷ ରହିଛି ବୋଲି କହିଛନ୍ତି ଅଧ୍ୟକ୍ଷା ବାସନ୍ତି ସାହୁ ।
ରିପୋର୍ଟ: ସିଦ୍ଧାର୍ଥ ବଳବନ୍ତରାୟ ଏବଂ ହିମାଂଶୁ ମହାପାତ୍ର (ଡେଲାଙ୍ଗ)


0 Comments