Recent

6/recent/ticker-posts

ଟାଙ୍ଗୀ ପୋଲିସ୍ ଦ୍ଵାରା ୭ ଜୁଆଡି ଗିରଫ

ଟାଙ୍ଗୀ:ଥାନା ସୋରଣ ଯୋଗମାୟା ସାହିରେ ଚାଲିଥିବା ଜୁଆ ଆଡ୍ଦା ଉପରେ ଚଢାଉ କରି ୭ ଜଣ ଜୁଆଡିଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ୍ ଗିରଫ ଜୁଆଡି ମାନଙ୍କ ନିକଟରୁ ୨୧ ହଜାର ୮୦୦ ଟଙ୍କା ସହ ୪ ଟି ମୋବାଇଲ ଫୋନ୍ ଓ ୩ ମୁଠା ତାସ୍ ଜବତ କରିଛି ପୋଲିସ୍। ଗିରଫ ଜୁଆଡି ମାନେ ହେଲେ ସୋରଣ ଗ୍ରାମର କୁନା ବେହେରା,ବାସୁଦେବ ବେହେରା,ମନୋଜ ବେହେରା,ନୋଧା ବେହେ,ଗଣେଷ ବେହେରା ,ଗୋବର୍ଦ୍ଧନ ବେହେରା ଓ ଜଗନ ବେହେରା ବୋଲି ପୋଲିସ୍ କହିଛି।ଗିରଫ ଜୁଆଡି ମାନେ ସମସ୍ତେ ମସ୍ଚ୍ୟଜୀବି ସଂପ୍ରଦାୟର ସେମାନେ ଚିଲିକାରେ ମାଛ ବାହାଣ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିଲେ ହେଲେ କେତେକ ଖଳ ପ୍ରକ୍ରୁତିର ଲୋକେ ନିଜର ସ୍ୱାର୍ଥ ପାଇଁ ଗାଁରେ ଜୁଆ ଆଡ୍ଡା ଚଳାଇ ଆସୁଥିଲେ ଫଳରେ ଲୋକେ ଜୁଆ ଖେଳି ସର୍ବସ୍ୱାନ୍ତ ହରାଇ ଦେଉଥିଲେ ତେଣୁ ଘରେ ସଦା ସର୍ବଦା ଅଶାନ୍ତି ଲାଗି ରହୁଥିଲା ତେବେ ଗାଁରୁ ଜୁଆ ଆଡ୍ଡା ହଟାଇବାକୁ ଗାଁର ମହିଳା ମାନେ ଦାବି କରି ଆସୁଥିଲେ ଫଳରେ ପୋଲିସ୍ ଆଜି ଅତର୍କିତ ଭାବେ ଚଡାଉ କରି ଜୁଆଡି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଏହାର ନେତ୍ରୁତ୍ୱ ନେଇଥିଲେ ଟାଙ୍ଗୀ ଥାନା ଆଇ ଆୀ ସି ଦିଗ ବିଜୟ ବିଶ୍ୱାଳ ପୋଲିସ୍ ର ଏଭଳି ପଦକ୍ଷେପକୁ ମହିଳା ମାନେ ଭୁରି ଭୁରି ପ୍ରସଂସା କରିଛନ୍ତି।
 ଟାଙ୍ଗୀ ଖୋର୍ଦ୍ଧାରୁ ନୀଳାଦ୍ରି ଭୁଷଣ ଗଡ଼ନାୟକ ରିପୋର୍ଟ ସାରା ଦୁନିଆ ନ୍ୟୁଜ୍

Post a Comment

0 Comments