Recent

6/recent/ticker-posts

ଛତୁ ଚାଷୀ ମହାସଂଘର ତ୍ରିରଙ୍ଗା ଶୋଭାଯାତ୍ରା

ସାକ୍ଷୀଗୋପାଳ: ଓଡିଶା ଛତୁ ଚାଷୀ ଉତ୍ପାଦନ ମହାସଂଘ ପକ୍ଷରୁ ପୁରୀ ଜିଲ୍ଲା ଶାଖା ଆନୁକୂଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ସାକ୍ଷୀଗୋପାଳ ରେ ରବିବାର ପାଳିତ ହୋଇଯାଇଛି | ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜିଲ୍ଲାର ଛତୁ ଚାଷୀ ମାନେ ପିପିଲି ଟୋଲ ଗେଟ ଠାରୁ ହାତରେ ତ୍ରିରଙ୍ଗା ପତାକା ଧରି ଜାତୀୟ ସଂଗୀତ ଗାନ କରି କରି ଶୋଭାଯାତ୍ରା ରେ ବାହାରିଥିଲେ | ଶୋଭାଯାତ୍ରା ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ରେ ପହଞ୍ଚିବା ପରେ ପ୍ରଭୁ ସାକ୍ଷୀଗୋପୀନାଥ ଙ୍କୁ ଦର୍ଶନ କରି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ସହିତ ସ୍ବଦେଶୀ ଆନ୍ଦୋଳନର ପ୍ରମୁଖ ପଞ୍ଚସଖାଙ୍କ କର୍ମପୀଠ ଓ ସମାଧି ସ୍ଥଳରେ ମାଲ୍ୟାର୍ପଣ କରିଥିଲେ | ଏହି ମାଲ୍ୟାର୍ପଣ ପରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍କଳମଣୀ ଙ୍କ ଜନ୍ମ ପିଠ ସୁଆଣ୍ଡୋ ରେ ପହଞ୍ଚି ଗୋପବନ୍ଧୁ ଙ୍କ ସଠିଘରେ ମାଲ୍ୟାର୍ପଣ କରିଥିଲେ | ଏହି ଶୋଭାଯାତ୍ରାରେ ମହାସଂଘର ରାଜ୍ୟ ଉପସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶ, ପୁରୀ ଜିଲ୍ଲା ସଭାପତି ତ୍ରିନାଥ ଗୁରୁ, ସାଧାରଣ ସମ୍ପାଦକ ଶଙ୍କର ପ୍ରଧାନ ଙ୍କ ସହିତ ବ୍ଲକ ସଭାପତି ଦେବଦତ୍ତ ସ୍ୱାଇଁ, ସମ୍ପାଦକ ରଞ୍ଜନ ବେହେରା, ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା, ସଦସ୍ୟ ଓ ପ୍ରମୁଖ ଛତୁ ଚାଷୀ ମାନେ ଯୋଗଦେଇ ପୂର୍ତ୍ତି ପାଳନର ଉଦଯାପନୀ ଦିବସ ସମାରୋହରେ ସାମିଲ ହୋଇଥିଲେ |

ରିପୋର୍ଟ: ପୁର୍ଣ୍ଣାନନ୍ଦ ତ୍ରିପାଠୀ (ସାକ୍ଷୀଗୋପାଳ) 

Post a Comment

0 Comments