ଖୋର୍ଦ୍ଧା: ସ୍ୱଧୀନତା ଦିବସ ଅବସରରେ ଆମ୍ ଆଦମୀ ପାର୍ଟି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଖୋର୍ଦ୍ଧା ସହର ର ଭାଳିଆବାଡ଼ି କ୍ଲବ ସାମ୍ନାରେ ଆପ୍ ର ନୂଆ ଅଫିସ ଉଦଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ ଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ ।
ଏହି ଅବସରରେ ବିଜେଡି ମଡେଲ କୁ କଡା ନିନ୍ଦା କରିବା ସାଙ୍ଗରେ ଆଗାମୀ ଦିନ ରେ କିପରି ଖୋର୍ଦ୍ଧା ର ବିଭିନ୍ନ ପଞ୍ଚାୟତ ରେ ଅରବିନ୍ଦ କେଜରିୱାଲ ଙ୍କ ବିକଳ୍ପ ପରିବର୍ତ୍ତନ କୁ ପହଞ୍ଚେଇ ହେବ ତା ଉପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ।୨୧ ଅଗଷ୍ଟ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେବା ସାଙ୍ଗରେ , ଖୋର୍ଦ୍ଧା କାର୍ଯ୍ୟାଳୟ କୁ ଜନ ସେବା ର ମାଧ୍ୟମ କରିହେବ , ତା ନେଇ ଆପ୍ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ସ୍ୱାଇଁ ବିସ୍ତୃତ ଆଲୋଚନା କରିଥିଲେ ।
ଆପ୍ ଖୋର୍ଦ୍ଧା ଜିଲ୍ଲା ସାଂଗଠନିକ ସେକ୍ରେଟେରୀ ସୁନିଲ ସଂଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ସଂଗଠନ ରିପୋର୍ଟ ଦେବା ସାଙ୍ଗରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଦୂର୍ଗା ଦାଶ୍, ଭୁବନେଶ୍ବର ନଗର ସଭାପତି ଜୟସୂରିଆ କାନୁନଗୋ, ଯୁବ ସଭାପତି ସୋମନାଥ ରାଉତ, ବେଗୁନିଆ ବ୍ଲକ ସଭାପତି କଳ୍ପତରୁ ପଣ୍ଡା ସଂଗ୍ରାମ କେଶରୀ ଭ୍ରମରବର ରାଏ, ଜଳଧର ସାହୁ, ସୁଜିତ୍ ସାହୁ, ଦେବାଶିଷ ପଟ୍ଟନାୟକ, ଅନୁଜ ସାହୁ, ସେଖ୍ ଆବିଦ ଓ ଖୋର୍ଦ୍ଧା ବିଧାନସଭା ସଭାପତି ପ୍ରଶାନ୍ତ କୁମାର ରଣସିଂହ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ (ଖୋର୍ଦ୍ଧା)


0 Comments