ଡେଲାଙ୍ଗ: ଗତକାଲି ସାରା ଦେଶ ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଓ ୭୬ ତମ ସ୍ୱାଧୀନତା ଦିବସ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ମୁଖ୍ୟ ଚିକିତ୍ସାଳୟ , କୋଠବାଡ଼ ପଂଚାୟତ, ବିଦ୍ୟାଳୟ , ସମସ୍ତ ପଂଚାୟତ ପରିସର , ତହସିଲ ଏବଂ କାର୍ଯଳୟ ରେ ପାଳନ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ଦିଲ୍ଲୀପ ଷଡଙ୍ଗୀ , ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତି ସାହୁ , ଜିଲାପରିସଦ ଶ୍ରୀଯୁକ୍ତ ପ୍ରସନ୍ନ ସାହୁ, gpo, abdo, ଜେଇ, GRS, VRP, ମିଶନ ଶକ୍ତି ମହିଳା ମାନେ , ପଂଚାୟତ ରେ ସରପଞ୍ଚ , PEO, ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ସ୍ୱାଧୀନତା ଦିବସ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ଧରି , ଜାତୀୟତା ସ୍ଲୋଗାନ ଦେଇ ଗ୍ରାମ , ବଜାର ପରିଭ୍ରମଣ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ସମସ୍ତେ ଏକମନ ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ଏବଂ ସ୍ଲୋଗାନ ଦେଇ , ଆରମ୍ଭ କରିଥିଲେ ଦେଶ ପ୍ରେମ ତଥା ଦେଶ କୁ ସ୍ୱାଧୀନତା ଦେବାପାଇଁ ଦିଆଯାଇଥିବା ବଳିଦାନ ବିଷୟରେ । ପୂର୍ବପୁରୁଷଙ୍କ ନିସ୍ୱାର୍ଥ ଦେଶ ପ୍ରେମ ଓ ତ୍ୟାଗ ପାଇଁ ଆଜି ଆମେ ସ୍ୱାଧୀନ ଓ ତାଙ୍କରି ପାଇଁ ସମ୍ଭବ ହୋଇପାରିଛି ଏହି ଆଜାଦିକା ଅମୃତ ମହୋତ୍ସବ ପାଳନ । ଡେଲାଙ୍ଗ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଙ୍କୁ ନେଇ ବେଶ ଆଡମ୍ବରରେ ପାଳନ ହୋଇଥିଲା ସ୍ୱାଧୀନତା ଦିବସ ।
ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଏକ ବିରାଟ ତ୍ରିରଙ୍ଗା ରାଲି ପିପିଲି ରୁ ଡେଲାଙ୍ଗ ସ୍ଥିତ ଐତିହ ଗାନ୍ଧୀ ପୀଠ ପର୍ଯ୍ୟନ୍ତ ଯାଇ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ୱାଧୀନତା ଦିବସ ର ମହତ୍ଵ ଓ ବିକାଶ ର ଧାରା ବିଷୟରେ ଅଭିଭାଷଣ ଦେଇଥିଲେ ଶ୍ରୀଯୁକ୍ତ ରାଧାମୋହନ ଏବଂ ଶ୍ରୀଯୁକ୍ତ ଜନ୍ମେଜୟ ଜେନା ମହୋଦୟ । ଏହି ରାଲି ରେ ଡେଲାଙ୍ଗ-ପିପିଲି ଅଂଚଳର ପ୍ରାୟ ୩,୦୦୦ ରୁ ଅଧିକ ବାଇକ ଆରୋହି ସାମିଲ ହୋଇ ରାଲି କୁ ସଫଳ କରାଇଥିଲେ ।
ରିପୋର୍ଟ: ସିଦ୍ଧାର୍ଥ ବଳବନ୍ତରାୟ ଏବଂ ହିମାଂଶୁ ମହାପାତ୍ର (ଡେଲାଙ୍ଗ)


0 Comments