ଡେଲାଙ୍ଗ :ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ର ଆବାହକ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଦେଶ ସ୍ୱାଧୀନତା ସଂଗ୍ରାମ ରେ ସଂଗ୍ରାମ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୁତିକୁ ଉଜ୍ଜୀବିତ ରଖିବା ପାଇଁ ବୃକ୍ଷରୋପଣ ର ଶୁଭାରମ୍ଭ କରିଛନ୍ତି |ଡେଲାଙ୍ଗ ବ୍ଲକ ରେଂଚ ଗ୍ରାମର ସ୍ୱାଧୀନତାସଂଗ୍ରମୀ ସ୍ବର୍ଗତ ରଘୁନାଥ ବାରିକ ଙ୍କ ସ୍ମୃତିରେ ବୃକ୍ଷ ରୋପଣ ର ଶୁଭାରମ୍ଭ କରିଛନ୍ତି |ପରବର୍ତ୍ତୀ ସମୟରେ ଡେଲାଙ୍ଗ ବ୍ଲକର ସମସ୍ତ ସ୍ୱାଧୀନତା ସଂଗ୍ରମୀଙ୍କ ନାମରେ ବୃକ୍ଷ ରୋପଣ କରି ଡେଲାଙ୍ଗ କୁ ସବୁଜ ବଳୟ କରିବାସହ ଜନସଚେତନତା ସୃଷ୍ଟି କରି ସ୍ୱାଧୀନତା ସଂଗ୍ରମୀଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଲକ୍ଷ ରଖିଛନ୍ତି |


0 Comments