ଡେଲାଙ୍ଗ: ଅଗଷ୍ଟ ଉଣେଇଶ ତାରିଖ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ତିରିଶ ପୁସ୍ତକ ଓ ତିନିଶହ ପ୍ରବନ୍ଧ ର ରଚୟିତା ସାରଳା ଦେବୀ ଙ୍କ ପୁଣ୍ୟ ଜନ୍ମସ୍ମୃତି, ବିଶ୍ୱ ମାନବିକତା ଦିବସ ଓ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ର ଆବାହକ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ବୃକ୍ଷ ରୋପଣ ଉପରେ ଜୋର ଦେଇ କହିଛନ୍ତି -"ଅଠରଶହ ଅଣଚାଳିଶି ଜାନୁଆରୀ ନଅ ରେ ବିଶ୍ୱର ଦୁଇ ବୈଜ୍ଞାନିକ ଜୋସେଫ, ଲୁଇସ, "ଡାଚୁଏ ରୋଟାଇପ ପ୍ରକ୍ରିୟା 'ଫଟୋଗ୍ରାଫି ର ଆରମ୍ଭ କରିଥିଲେ |ଏ ବିଷୟରେ ଫ୍ରାନ୍ସ ସରକାର ଅଠରସହ ଅଣଚାଳିଶି ଅଗଷ୍ଟ ଉଣେଇଶ ଘୋଷଣା କରିଥିବାରୁ ପ୍ରତିବର୍ଷ ଏହି ଦିବସ ରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ହୋଇଆସୁଅଛି |ସେହିପରି ଦୁଇହାଜର ତିନି ଅଗଷ୍ଟ ଉଣେଇଶ ରେ ଇରାକ ର ରାଜଧାନୀ ବାଗଦାଦ ସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ବୋମାମାଡ଼ ହେବରୁ ବିଭିନ୍ନ ଦେଶର ଭାଗ ନେଇଥିବା ମୋଟ ଏକୋଇଶି ଜଣ ମାନବବାଦୀ କର୍ମୀ ପ୍ରାଣ ହରାଇଥିଲେ |ଏହାର ପାଞ୍ଚବର୍ଷ ପରେ ଲୋକଙ୍କ ମଧ୍ୟରେ ମାନବତା ମୂଲ୍ୟବୋଧର ବିକାଶ କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରିଆସୁଅଛି |' ଏଥିଯୋଗୁ ସାଂପ୍ରତୀକ ବନ୍ୟାରେ ମାନବବାଦୀ ସହ ଫଟୋଗ୍ରାଫି ମଧ୍ୟ ଦେଖିବା ସମ୍ଭବ ହୋଇପାରିଛି |ମହିୟସୀ ସ୍ୱାଧୀନତା ସଂଗ୍ରାମୀ ସାରଳାଦେବୀ ଙ୍କ ଆମ୍ଭସମସ୍ତଙ୍କର ଆଦର୍ଶ ହେବା ଉଚିତ |ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ପାଇଁ ଆମ୍ଭେ ଆଜି ବନ୍ୟା, ବାତ୍ୟା, ଲଘୁଚାପ ର ବିଭିଷିକା ର ସମ୍ମୁଖୀନ ହେଉଛେ |ଏହି ଅବସର ରେ ଗଛଲଗାଇ ଏହାର ମୁକାବିଲା କରିବା ପାଇଁ ଶ୍ରୀଯୁକ୍ତ ପାଢ଼ୀ ଆହ୍ୱାନ ଦେଇଥିଲେ |
ରିପୋର୍ଟ: ହିମାଂଶୁ ମହାପାତ୍ର (ଡେଲାଙ୍ଗ)


0 Comments