Recent

6/recent/ticker-posts

ବନ୍ୟା ପରିସ୍ଥିତି ସମୀକ୍ଷା ଓ ରିଲିଫ ପ୍ରଦାନ କଲେ ବରିଷ୍ଠ ବିଜେପି ନେତା ସମ୍ବିଦ ପାତ୍ର ଓ ଆଶ୍ରିତ ପଟ୍ଟନାୟକ ।

ଡେଲାଙ୍ଗ: ବ୍ଲକ ରେ ବନ୍ୟା ବିଭୀଷିକା ତାଣ୍ଡବ ରଚୁଥିବାବେଳେ ଲୋକମାନଙ୍କ ପାଇଁ ସାହାଯ୍ୟ ର ହାତ ବଢ଼ାଇଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀଯୁକ୍ତ ସମ୍ବିଦ ପାତ୍ର ଓ ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ । ଡେଲାଙ୍ଗ ବ୍ଲକ ର ଚାଇଁପୁର ଓ ସୁଜନ ପୁର ପଂଚାୟତ ର ଜଳବନ୍ଦୀ ଗ୍ରାମ କୁ ଯାଇ ସମୀକ୍ଷା କରିବାପରେ ଲୋକମାନଙ୍କ ପାଇଁ ଚୂଡ଼ା , ଗୂଡ଼ ,ବିସ୍କୁଟ ଓ ଅନ୍ୟ ଆବଶ୍ୟକୀୟ ଜିନିଷ ବଣ୍ଟନ କରିବା ସହ ଲୋକମାନଙ୍କ ଦୁଃଖ ସୁଖ ରେ ସଦା ସର୍ବଦା ଆମେ ରହିଛୁ ଓ ରହିବୁ ବୋଲି ଆଶ୍ୱାସନା ଦେଇଥିଲେ ଶ୍ରୀଯୁକ୍ତ ପାତ୍ର । ଲୋକମାନଙ୍କ ହିତ ସାଧନ ଏକମାତ୍ର ଲକ୍ଷ ଓ ଲୋକମାନଙ୍କ ପାଇଁ ସଦା ଉତ୍ସର୍ଗୀକୃତ ବୋଲି କହି ଲୋକମାନଙ୍କୁ ଏହି ବିପଦ ସମୟରେ ଧର୍ଯ୍ୟ ରଖି ମୁକାବିଲା କରିବାପାଇଁ ସାହସ ଦେଇଥିଲେ ଶ୍ରୀଯୁକ୍ତ ପଟ୍ଟନାୟକ।
ରିପୋର୍ଟ ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)

Post a Comment

0 Comments