ଡେଲାଙ୍ଗ:- ବନ୍ୟାର ବିଭୀଷିକା ରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର କଲ୍ୟାଣପୁର ପଂଚାୟତ ର ଅନେକ ଗ୍ରାମ । ବନ୍ୟା ରଚିଛି ତାଣ୍ଡବ । ନା ଅଛି ଖାଇବାକୁ , ନା ଅଛି ରୋଷେଇ କରିବାକୁ ଚୁଲି । ସବୁ ସାରିଦେଇଛି ବନ୍ୟା । ଏଭଳି ଦୁର୍ଦଶା ସମୟରେ ଭୁବନେଶ୍ୱର ସ୍ଥିତ ଚେଷ୍ଟା ଚାରିଟେବୁଲ ଟ୍ରଷ୍ଟ ଦେଖାଇଛି ନିଜର ମଣିଷ ପଣିଆ । କଲ୍ୟାଣପୁର ପଂଚାୟତ ର ରାଧୁଆ ଗ୍ରାମ ରେ ପ୍ରାୟ ୨୦୦ ପରିବାରକୁ ଚୂଡ଼ା, ଗୂଡ଼, ପାଉଜ ପାଣି,ବିସ୍କୁଟ,ମହମବତୀ,ଦିଆସିଲି ଆଦି ଅତ୍ୟାବଶ୍ୟକ ଜିନିଷ ବଣ୍ଟନ କରି ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ଏହି ବଣ୍ଟନ କାର୍ଯ୍ୟରେ ୧୬ ନଂ ଯୋନ ଜିଲାପରିସଦ ଶ୍ରୀଯୁକ୍ତ ପ୍ରସନ୍ନ ସାହୁ , ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠି ଓ ଅନ୍ୟ କର୍ମୀମାନେ ବୋଟ ମାଧ୍ୟମରେ ବଣ୍ଟନ କାର୍ଯ୍ୟ କରିଥିଲେ ।
ରିପୋର୍ଟ -ସିଦ୍ଧାର୍ଥ ବଲବନ୍ତରାୟ(ଡେ଼ଲାଙ୍ଗ)
0 Comments