ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କ ଦ୍ୱାରା ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।
ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରେ ପାଳନ ହୋଇଛି ରକ୍ଷା ବନ୍ଧନ ପର୍ବ । ଏହି ଅବସରରେ ବିଭିନ୍ନ ସ୍କୁଲ ରେ ମଧ୍ୟ ଭଉଣୀ ମାନେ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଦେଇ ପାଳନ କରିଛନ୍ତି ପର୍ବ । ପିଠା ପଣାରେ ପୁରୀ ଉଠିଛି ଗାଁ ଗହଳି । ଗୋମତାଙ୍କ ସିଂଘରେ ଓ ବେକରେ ରାକ୍ଷୀ ବାନ୍ଧି ପୂଜା କରି ପାଳନ କରାଯାଇଛି ଆଜିର ଦିନ ।
ରିପୋର୍ଟ :- ହିମାଂଶୁ ମହାପାତ୍ର


0 Comments