Recent

6/recent/ticker-posts

ସାକ୍ଷୀଗୋପାଳ କଲେଜରେ କମ୍ପୁଟର ଶିକ୍ଷାକେନ୍ଦ୍ରର ଉଦଘାଟନ :-

ସାକ୍ଷୀଗୋପାଳ କଲେଜରେ କମ୍ପୁଟର ଶିକ୍ଷାକେନ୍ଦ୍ରର ଉଦଘାଟନ :-
ସାକ୍ଷୀଗୋପାଳ :- ପୁରୀ ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟ ଭାବରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀମାନଙ୍କ କମ୍ପୁଟର ଓ IT ଶିକ୍ଷାର ବିକାଶ ପାଇଁ OKCL (Odisha Knowledge Corporation Limited ) ସହଯୋଗରେ ଏକ କମ୍ପୁଟର ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି, ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ସହିତ Banking, Railway, ASO, SSC, Auto Card, Tally ଏବଂ Advance Excel ଇତ୍ୟାଦି ନିଯୁକ୍ତି ଭିତ୍ତିକ ଶିକ୍ଷାର ତାଲିମ ଦିଆଯିବ ସଙ୍ଗେସଙ୍ଗେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ଦ୍ୱାରା ସିର୍ଟିଫିକେଟ ଯୋଗାଇଦିଆଯିବ। ଏଥି ସହିତ ପିଲାମାନଙ୍କୁ Carrier Guidance, Campus of Placement ର ସୁବିଧା ମଧ୍ୟ ରହିଛି। OKCL ରାଜ୍ୟ ସରକାର ସହାଭାଗିତାରେ କାର୍ଯ୍ୟ କରୁଥିବା ଏକ Public Limited କମ୍ପାନୀ ଅଟେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡା ସଭାପତିତ୍ୱ କରିଥିବା ବେଳେ OKCL ର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମନୋରଞ୍ଜନ ପୁଥାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। KIIT ବିଶ୍ୱବିଦ୍ୟାଳୟର ସହ ପ୍ରତିଷ୍ଠାତା ତଥା TITE ଇଞ୍ଜିନିଅରିଙ୍ଗ କଲେଜର ପ୍ରତିଷ୍ଠାତା ଡ଼ଃ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ସେହିପରି OKCL ର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ସୁଶାନ୍ତ ଦାସ ଅନ୍ୟତମ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସଙ୍ଗେସଙ୍ଗେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ବନ୍ୟ ସଂରକ୍ଷକ ଡ଼ଃ ପ୍ରଦୀପ କୁମାର ମହାପାତ୍ର ଏବଂ ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଏହା ସଭରେ ଯୋଗଦାନ କରିଥିଲେ। ସଭାର ମୁଖ୍ୟ ବକ୍ତା ଡ଼ଃ ମିଶ୍ର ନିଜ ବକ୍ତବ୍ୟରେ, ଆଜିର ସମାଜରେ ଏକ ସୁନାଗରିକ ହେବାପାଇଁ ଜଣେ ଛାତ୍ର ନିଜକୁ କିପରି ଗଢିବା ଉଚିତ ଏବଂ ଏଥିରେ ଏହି କମ୍ପୁଟର ଶିକ୍ଷାର ଆବଶ୍ୟକତା କ'ଣ ରହିଛି, ତାହା ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ସେହିପରି ମୁଖ୍ୟ ଅତିଥି ଡ଼ଃ ପୁଥାଳ ବର୍ତ୍ତମାନ ସମୟରେ କମ୍ପୁଟର ଶିକ୍ଷା ମାଧ୍ୟ୍ୟମରେ କିପରି ଜଣେ ବ୍ୟକ୍ତି ସଫଳତା ହାସଲ କରିପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ସଭାପତି ଡ଼ଃ ପରିଡା, କମ୍ପୁଟର ଶିକ୍ଷା କିପରି ଆଜିର ମଣିଷର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଭାବରେ ଉଭା ହୋଇଛି, ସେ ସଂବନ୍ଧରେ ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷା ବିଭାଗର ମୁଖ୍ୟା ପ୍ର. ଶୁଭ୍ରଦୀପ୍ତା ପଟ୍ଟନାୟକ ସଂଯୋଜନା କରିଥିବାବେଳେ ସଂସ୍କୃତବିଭାଗର ଅଧ୍ୟାପିକା ପ୍ର. ସସ୍ମିତା ପ୍ରଧାନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବେଦ ପାଠ କରିଥିଲେ। ପରିଶେଷରେ OKCL ଅଧିକାରୀ ଦିଲ୍ଲିପ କୁମାର ମିଶ୍ର ଉଦଘାଟନ ଉତ୍ସବର ସଫଳତା ନିମନ୍ତେ ସମସ୍ତ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ସଭାରେ ପ୍ର. ସୁଜାତା ମହାପାତ୍ର , ଡ଼ଃ କଳ୍ପନା କୁମାରୀ ମହାପାତ୍ର, ପ୍ର. ସ୍ଵର୍ଣ୍ଣଲତା ମହାରୀ, ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ, ପ୍ର.ଧନୁର୍ଦ୍ଧର ମୁଦୁଲି, ପ୍ର. ଶଙ୍କର୍ଷଣ ପ୍ରଧାନ, ପ୍ର. ଜ୍ୟୋତି ରଞ୍ଜନ ରଥ, ପ୍ର. ସଞ୍ଜୟ କୁମାର ସାହୁ, ପ୍ର.ଜିତେନ୍ ଦାସ, ପ୍ର. ଦିପ୍ତିମୟୀ ସାହୁ, ପ୍ର. ଦର୍ଶନା ବାରିକ, ପ୍ର. ମଧୁସ୍ମିତା ସାହୁ, ପ୍ର. ପୁପୁଲ ମହାନ୍ତି, ପ୍ର. ବିଜୟଲକ୍ଷ୍ମୀ ମିଶ୍ର, କ୍ରୀଡା ଶିକ୍ଷକ ରଘୁନାଥ ପରିଡା ଏବଂ ମହାବିଦ୍ୟାଳୟର ବଡ଼ବାବୁ ଶ୍ରୀଯୁକ୍ତ ରାଜକିଶୋର ପତି ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

0 Comments