Recent

6/recent/ticker-posts

ବନ୍ୟା ଜଳ ରେ ଚାଷ ଜମି ନଷ୍ଟ , ହତାଶ ଚାଷୀ

ଡେଲାଙ୍ଗ:- ବନ୍ୟା ଜଳ ରେ ଚାଷ ଜମି ନଷ୍ଟ , ହତାଶ ଚାଷୀ
ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଂଚାୟତ ର ଗୁଦୁପାଇଲୋ ଏବଂ ହୁଳୁହୁଳା ଗ୍ରାମ ରେ ବନ୍ୟା ଜଳ ପଶି ବ୍ୟାପକ କ୍ଷୟକ୍ଷତି କରିଛି । ଏହାକୁ ବିଡ଼ିଓ , ଅଧ୍ୟକ୍ଷା , ଉପାଧ୍ୟକ୍ଷ ପରିଦର୍ଶନ ରେ ଯାଇ ଖାଦ୍ୟ ବଣ୍ଟନ କରିଥିଲେ ମଧ୍ୟ ଚାଷ ଜମିର ଅବସ୍ଥା କହିଲେ ନସରେ । ମୁଣ୍ଡରେ ହାତ ଦେଇ ହତାଶ ହୋଇ ବସିଛି ଚାଷୀ କୁଳ ।ଏ ବର୍ଷର ସମସ୍ତ ଫସଲ କୁ ଛଡାଇନେଲା ବନ୍ୟା । ଜମି ଉପରେ ପ୍ରାୟ ୧ ଫୁଟ ଉଚ୍ଚ ରେ ଜମିଛି ପଟୁ । ତେବେ ଗ୍ରାମବାସୀ ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛନ୍ତି

Post a Comment

0 Comments