ଡେଲାଙ୍ଗ : "ମୋ ଡେଲାଙ୍ଗ - ସବୁଜ ଡେଲାଙ୍ଗ ଅଭିଯାନ ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳାଉର ସାନପଡା, ବ୍ଲକ -ଡେଲାଙ୍ଗ, ଜିଲ୍ଲା -ପୁରୀ ରେ ପହଂଚି ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି |ସମ୍ବାଦ ସାହିତ୍ୟଘର ପକ୍ଷରୁ ହେଉଥିବା ବୃକ୍ଷରୋପଣକୁ ସ୍ୱାଗତ କରିବାସହ ଅଭିଯାନର ଆବାହକ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ଡେଲାଙ୍ଗ କୁ ସବୁଜ ସୁନ୍ଦର କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ |ଖେଳାଉର ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ସ୍ନେହଲତା ସାହୁ, ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁ, ଶିକ୍ଷକ କବି ଚନ୍ଦ୍ରଶେଖର, ସମାଜସେବୀ କାଶୀନାଥ ସାହୁ, ବିଦ୍ୟାଳୟ କମିଟି ସଦସ୍ୟ ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ |ସମ୍ବାଦ ଡେଲାଙ୍ଗ ପ୍ରତିନିଧି ଚନ୍ଦ୍ରଶେଖର ବିଶ୍ୱାଳ ବୃକ୍ଷରୋପଣ ରେ ସମସ୍ତେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |ଏହିଅବସରରେ ପ୍ରକୃତିମିତ୍ର ଆଇନୀଜୀବୀ ହୃଷୀକେଶ ପାଢ଼ୀ ଅତିଥି ମାନଙ୍କ ସହିତ ବୃକ୍ଷଧରି ଡେଲାଙ୍ଗ କୁ ସବୁଜ ସୁନ୍ଦର କରିବା ପାଇଁ ଆହ୍ୱାନ ଦେଇଥିଲେ |
ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)


0 Comments