Recent

6/recent/ticker-posts

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥି ଆଜି ଚାଇଁପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ।

ଡେ଼ଲାଙ୍ଗ:ମାନ୍ୟବର ବିଧାୟକ ଡେଲାଙ୍ଗ,ପିପିଲି ତଥା ଆମ ସୁଖ ଦୁଃଖ ସାଥି ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥି ଆଜି ଚାଇଁପୁର ଗ୍ରାମ ପଞ୍ଚାୟତ ପରିଦର୍ଶନ ରେ ଆସିଥିଲେ। ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ ରେ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରାସ୍ତା ମରାମତି,ଅଙ୍ଗନୱାଡି, ପାନୀୟଜଳ ଏବଂ ପରିମଳ ଉପରେ ବିଶେଷ ଆଲୋଚନା ହୋଇଥିଲା।ଏହି ସମୟରେ ପଞ୍ଚାୟତ ରୁରାଲ ପାର୍କ ଏବଂ କଲ୍ୟାଣ ମଣ୍ଡପ କାମ ଆରମ୍ଭ କରିବା ପାଇଁ ସରପଞ୍ଚ ଙ୍କୁ କହିଥିଲେ। ପଞ୍ଚାୟତ ତରଫରୁ ସରପଞ୍ଚ ମଧ୍ୟ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,15ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ,BDO,ନିର୍ବାହୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,ସରପଞ୍ଚ, ନୋନିନୀ,ୱାର୍ଡ ମେମ୍ବର ଙ୍କ ସହିତ ଜନ ସାଧାରଣ ଉପସ୍ଥିତ ଥିଲେ।
ରିପୋର୍ଟ- ସିଦ୍ଧାର୍ଥ ବଳବନ୍ତରାୟ (ଡେଲାଙ୍ଗ)

Post a Comment

0 Comments