Recent

6/recent/ticker-posts

ସାକ୍ଷୀଗୋପାଳରେ ଗହ୍ମା ପୂର୍ଣ୍ଣମୀରେ ନଡ଼ିଆ ଲଢେଇ.

ସାକ୍ଷୀଗୋପାଳ ନଡ଼ିଆର ସୁନାମ ଖାଲି ଓଡିଶା ନୁହେଁ ସାରା ଦେଶରେ ଶହଶହ ବର୍ଷ ଧରି ରହିଆସିଛି । ସେହଭଳି ସାକ୍ଷୀଗୋପା ର ନଡ଼ିଆ କୁ ନେଇ ଲଢ଼େଇ ଏକ ଭିନ୍ନ ପରମ୍ପରା।  ସାକ୍ଷୀଗୋପାଳ ଅଞ୍ଚଳରେ  ନଡ଼ିଆ ଲଢେଇ ପରମ୍ପରା କାହିଁ  କେଉଁ କାଳରୁ ରହିଛି । ଗହ୍ମାପୂର୍ଣ୍ଣିମା ଆସିବାର ମାସକ ଆଗରୁ ଲଢେଇ ନଡିଆ ଖୋଜିବା ଆରମ୍ଭ ହୋଇଯାଏ । ଗାଁ ମାନଙ୍କରେ ଦଳ ଦଳ ଯୁବକ ମାନେ ଘୁରି ବୁଲନ୍ତି ଭଲ ଲଢେଇ ନଡିଆ କିଣିବା ପାଇଁ । ଲଢ଼େଇ ପାଇଁ ନଡ଼ିଆ ର ଦାମ ମଧ୍ୟ କିଛି କମ ନୁହେଁ ଦୁଇଶହ ଠାରୁ ଆରମ୍ଭ କରି ପାଞ୍ଚଶହ ଓ ଏକ ହଜାର ରୁ ଅଧିକ ହୋଇଥାଏ । ସେହି ଲଢେଇ ନଡିଆ ଗଛ ଯେଉଁ ଗଛ ମାଲିକଙ୍କର ଅଛି ସେମାନେ ଭଲ ଦି ପଇସା ପାଇଥାନ୍ତି ମଧ୍ୟ ଏହି ସମୟ ରେ । ସଧାରଣତଃ  ପ୍ରାୟ ନଡ଼ିଆର ତିନୋଟି ଆଖି ଥାଏ । କଦବା କେଉଁଠି କେମିତି ଗୋଟିଏ ନଡିଆର ଚାରୋଟି ଆଖି ଯଦି ରହିଥାଏ, ତେବେ  ସେହି ନଡ଼ିଆ  ଟି ର ଦାମ୍ ଅହେତୁକ ଭାବେ ବଢି ଯାଇଥାଏ ।   ଗହ୍ମା ବେଦୀରେ ଠାକୁରଙ୍କ ପୂଜା ସରିଲା ପରେ  ନଡିଆ ଲଢେଇ ଆରମ୍ଭ ହୋଇଯାଏ । ମାତ୍ର ଚଳିତ ବର୍ଷ ସାକ୍ଷୀଗୋପାଳ ମନ୍ଦିରରେ ରକ୍ଷା ପୂର୍ଣ୍ଣିମା ଗୁରୁବାର ପାଳିତ ହେଉଥିବା ବେଳେ ଅଞ୍ଚଳ ବାସୀ ବୁଧବାର ଏହି ପର୍ବ ପାଳନ କରିଛନ୍ତି । ତେଣୁ ଘର ମାନଙ୍କ ରେ ପୂଜା ସରିବା ପରେ ଖାଇ ପିଇ ଯୁବକ ମାନେ ବାହାରି ପଡନ୍ତି ନଡିଆ ଲଢେ଼ଇ ପାଇଁ ।ଏହି ଲଢ଼େଇ ଦୁଇଜଣ ପରଷ୍ପର ମୁହାଁମୁହିଁ ହୋଇ ନଡ଼ିଆକୁ ଲଢେଇ କରିଥାନ୍ତି। ଯାହାର ନଡ଼ିଆଟି ଭାଙ୍ଗିଯାଏ ସେ ହାରିଯାଇଥାଏ । ବିଜେତା ସେହି ନଡ଼ିଆଟି ନିଅନ୍ତି । ଦର୍ଶକମାନେ ଗାମୁଛା ଉଡେଇ ହୋ ହଲ୍ଲା କରନ୍ତି  । ଅନ୍ୟ ପଟେ ଏହି ଲଢ଼େଇ ରେ ଅନେକ ବିପଦ ମଧ୍ୟ ସମ୍ମା କରିବାକୁ ପଡିଥାଏ ।କେତେବେଳେ ଲଢ଼େଇ ସମୟ ରେ ନଡ଼ିଆ ଛିଟିକି ଲଢ଼େଇ କରୁଥିବା ବେକ୍ତି ଓ ଦର୍ଶକ ଙ୍କ  ଶରୀରରେ ମାଡ଼ ହୋଇ ବଡ଼ ବଡ଼ କ୍ଷତ ମଧ୍ୟ ସୃଷ୍ଟି କରିଥାଏ । ଚଳିତ ବର୍ଷ ସାକ୍ଷୀଗୋପାଳ ର ଗାଁ ଠାରୁ ଆରମ୍ଭ କରି ବଜାର ଛକଯାଗା ଦିଅଁଙ୍କ ବେଢା  ଗୁଡିକରେ  ଏହି ନଡ଼ିଆ ଲଢ଼େଇ ଅପରାହ୍ନ ରୁ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା ।ବିଶେଷ କରି ସାକ୍ଷୀଗୋପାଳ ଙ୍କ ମନ୍ଦିରସାମ୍ନା ,ଦୋଳବେଦୀ ପ୍ରାଙ୍ଗଣ ରେ ପ୍ରତି ବର୍ଷ ଏହିନଡ଼ିଆ ଲଢ଼େଇ ଦେଖିବାକୁ ମିଳିଥିଲା। ସମୟ ବଦଳି ଗଲେଣି , ଲୋକମାନଙ୍କ ଋଚି ମଧ୍ଯ ବଦଳିଲେଣି ତଥାପି ସାକ୍ଷୀଗୋପାଳର ନଡ଼ିଆ ଲଢେଇ ପରମ୍ପରା ଆଜି ବି ଜୀବିତ ରହିଛି।

Post a Comment

0 Comments