ସାକ୍ଷୀଗୋପାଳ: ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଛାତ୍ରୀ ସମର୍ପିତା ବେହେରା ୫୩୫ ନମ୍ବର ରଖିଛନ୍ତି। ମହାବିଦ୍ୟାଳୟରୁ ଯୁକ୍ତ ଦୁଇ କଳାବିଭାଗରେ ୨୫୯ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୫୩ ଜଣ ପ୍ରଥମ,୬୦ଜଣ ଦ୍ଵିତୀୟ ଓ ୨୭ଜଣ ତୃତୀୟ ସ୍ଥାନରେ ଏହିଭଳି ୨୪୦ ଜଣ ପାସ୍ କରିଛନ୍ତି। କଳା ବିଭାଗ ର ପାସ୍ ହାର ୯୪% ଥିବା ବେଳେ ଯୁକ୍ତ ଦୁଇ କଳାରେ ସର୍ବାଧିକ ନମ୍ବର ରଖି ସୁଶ୍ରୀ ବେହେରା ମହାବିଦ୍ୟାଳୟ ତଥା ସତ୍ୟବାଦୀ ବ୍ଳକରେ ଟପ୍ପର ହୋଇଛନ୍ତି। କାଦୁଆ ଗ୍ରାମର ବାସିନ୍ଦାତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଅଶୋକକୁମାର ବେହେରା ଓ ଚିନାମଣି ମାଣିଆଙ୍କ କନ୍ୟା ସମର୍ପିତା ଏହି ସଫଳତାର ଶ୍ରେୟ ନିଜ ପିତା ମାତା ତଥା ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଆର ଏନ୍ ଟ୍ୟୁଟୋରିଆଲ ମୁଖ୍ୟ ରବିନାରାୟଣ ମହାନ୍ତିଙ୍କୁ ଦେଇଛନ୍ତି।


0 Comments